ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ l

ଯାଜପୁର : - ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ଯାଜପୁରରୁ ୨ଥର ସାଂସଦ ନିର୍ବାଚିତ ହୋଇଥିଲେ। ସୂଚନା ମୁତାବକ, ଅଣ କଂଗ୍ରେସ ନେତା ଭାବେ ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ। ଏକଦା ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସମ୍ପାଦକ ହୋଇଥିଲେ। ୨୦୦୪ରେ ସେ ବିଜେଡିରେ ଯୋଗଦେଇଥିଲେ। ଯାଜପୁର ପାଇଁ ବିଜେଡିରୁ ସାଂସଦ ଟିକେଟ୍ ପାଇ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ। ୨୦୦୯ରେ ମଧ୍ୟ ପୁନଶ୍ଚ ବିଜେଡିରୁ ଏମ୍ପି ଟିକେଟ୍ ପାଇ ଲଢ଼ିଥିଲେ ଓ ଯାଜପୁର ସାଂସଦ ହୋଇଥିଲେ। ହେଲେ ୨୦୧୪ରେ ତାଙ୍କୁ ବିଜେଡି ଆଉ ଟିକେଟ୍ ଦେଇ ନ ଥିଲା। ତେଣୁ ସେ ବିଜେଡି ଠାରୁ ଦୂରେଇ ଯାଇଥିଲେ। ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ। ମୋହନ ଜେନାଙ୍କ ବିୟୋଗ ନେଇ ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ହଠାତ୍ ଏହି ଘଟଣା ସମସ୍ତଙ୍କୁ ଦୁଃଖର ସାଗରେ ଭସାଇ ଦେଇଛି। ସେ ସୁସ୍ଥ ହୋଇଯିବେ ବୋଲି ସମସ୍ତଙ୍କର ଆଶା ଥିଲା। ସେ ଜଣେ ସାମାଜିକ କର୍ମୀ ଭାବେ ଅଞ୍ଚଳରେ ପରିଚିତ ଥିଲେ। ୪ ବର୍ଷ ହେବ ସେ କିଡ୍ନୀ ରୋଗରେ ପୀଡ଼ିତ ରହିଥିଲେ। ନିୟମିତ ତାଙ୍କର ଡାଇଲିସିସ୍ ଚାଲିଥିଲା। ତେବେ ଗତମାସ ୨୦ ତାରିଖରେ ଯାଜପୁରର ଏକ ସାମାଜିକ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ବ୍ରେନ...