ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ସେବା କାର୍ଯ୍ୟ ।
ପୁରୀ (ବ୍ୟୁରୋ ରିପୋର୍ଟ) :- ସର୍ବ ଭାରତୀୟ ଆଜାଦ୍ ଠେଙ୍ଗା ବାହିନୀ ଓ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ମିଳିତ ସହଯୋଗ ଦ୍ୱାରା ପବିତ୍ର ରଥଯାତ୍ରା ରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ପ୍ରଭୂ ବଳଭଦ୍ର ଓ ମା ଦେବୀ ସୁଭଦ୍ରା ଙ୍କ ଦର୍ଶନ ଆଶ୍ରିବାଦ୍ ପ୍ରାପ୍ତ ନିମନ୍ତେ, ଲକ୍ଷ ଲକ୍ଷ ଭକ୍ତ ଙ୍କ ସହଯୋଗରେ ରଥଯାତ୍ରା ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସଭ୍ୟ ମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗରେ ଖାଦ୍ୟ-ପେୟ ଓ ଜଳୀୟ ପାନ ର ବ୍ୟବସ୍ଥା ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି। ସ୍ବେଛାସେବୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସହିତ ଏହି କାର୍ଯ୍ୟକ୍ରମ ରେ ରାସ୍ତା ଘାଟ ପରିଷ୍କାର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ବଣ୍ଟନ, ସୂଚନା ପ୍ରଦାନ ଆଦି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏଠାରେ ସୂଚନା ଥାଉକି ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ- ଏକ ଅଗ୍ରଣୀ ଆନ୍ତର୍ଜାତୀୟ ମାନକ ସଂଗଠନ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଛି, ଯାହା ମାନବିକ ଅଧିକାର କୁ ଉଲଘଂନ ବିରୋଧରେ ସ୍ୱର ଉତତୋଳନ ସହିତ ବିଭିନ୍ନ ପ୍ରକାର ସାମାଜିକ ଓ ଜଣ କଲ୍ୟାଣ କାର୍ଯ୍ୟରେ ଜଡ଼ିତ ରହି ସାମାଜ କଲ୍ୟାଣ କାର୍ଯ୍ୟକ୍ରମ କରିଥାଏ । କେବଳ ଓଡ଼ିଶା ରାଜ୍ୟ ର ନୁହେଁ, ବରଂ ଭାରତ ବର୍ଷ ଏବଂ ବିଦେଶର ହଜାର ହଜାର ସଦସ୍ୟ ଙ୍କୁ ନେଇ ଆ...