Posts

Showing posts from October 31, 2020

ସତାର ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ l

Image
ଯାଜପୁର (ସୁକିନ୍ଦା) - ଲାୟନ୍ସ କ୍ଲୁବ କଳିଙ୍ଗନଗର ସହାୟତାରେ ସୁକିନ୍ଦାବ୍ଲକ ଅନ୍ତର୍ଗତ କାରିଟୋଲl(ବାଲିଆ)ର ଜେ. ଏ. ଆଦିବାସୀ କ୍ଲବ ପକ୍ଷରୁ ଆୟୋଜିତ ୧୭ତମ ସତ୍ତାର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୩୧ ତାରିଖରେ ଉଦଯାପିତ ହୋଇଯାଇଛି l କୋଭିଡ ୧୯ଫୁଟବଲ ଟିମ ଢେଙ୍କାନାଳ ଓ ନାକଦେଇ ଫୁଟବଲ ଟିମ ସୁକିନ୍ଦା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ଭାବେ ଶେଷ ହେବା ଫଳରେ ଟାଇ ବ୍ରେକର ଜରିଆରେ କୋଭିଡ ୧୯ ଟିମ ୨-୧ ଗୋଲରେ ନାକଦେଇ ଟିମକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା l  ମ୍ୟାଚ ପରିଚାଳନା କରିଥିଲେ ଧନୁ ଟୁଡୁ l ଦୁଇଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ୪୦ଟି ଗ୍ରାମାଞ୍ଚଳ ଫୁଟବଲ ଟିମ ଅଂଶ ଗ୍ରହଣ କରିଥିଲେ l ଉଦଯାପନୀ ସଭାରେ ସମାଜସେବୀ ଇଂ ବିଶ୍ୱଜିତ ମହାନ୍ତି ମୁଖ୍ୟ ଅତିଥି,ଲାୟନ୍ସ କ୍ଲବ ସଭାପତି ଡ଼ ମଞ୍ଜୁର ଅଲ୍ଲୀ ପୂର୍ବତନ ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଶିକ୍ଷାବିତ ଧନୁ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସ  ଅପ୍  ସମେତ ଟିମ୍  ୩ୟ, ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିବା ଟିମକୁ ପୁରସ୍କାର ପ୍ରଦାନ କରିଥିଲେ l କ୍ଲବ ପକ୍ଷରୁ ଶିବ ମୁର୍ମୁ, କୁଶଲ ବେସରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ l

ଅସଲି ଏବଂ ନକଲି ସାମ୍ବାଦିକ ଙ୍କ ବିଶ୍ଲେଷଣ !!!

Image
ବ୍ୟୁରୋ ରିପୋର୍ଟ - ସମଗ୍ର ବିଶ୍ବ,ରାଷ୍ଟ୍ର,ରାଜ୍ୟ,ଜିଲ୍ଲା ମଧ୍ୟରେ ଥିବା ଭାର ସାମ୍ୟକୁ ସନ୍ତୁଳିତ ଏବଂ ସୁସ୍ଥ,ସବଳ,ଦୀର୍ଘସ୍ଥାୟୀ ରଖିବା ପାଇଁ ଗଣମାଧ୍ୟମ ହିଁ ପ୍ରମୁଖ ଭୂମିକା ଲିଭାଇଥାଏ। ଦେଶ ଦେଶ ମଧ୍ୟରେ ରାଜ୍ୟ ରାଜ୍ୟ ଏବଂ ଜିଲ୍ଲା ଜିଲ୍ଲା ମଧ୍ୟରେ ଥିବା ବାଦ ବିବାଦ,ଅନ୍ୟାୟ ଅନୀତିର ସରଳ ସମାଧାନ କେବଳ ଗଣମାଧ୍ୟମ ଓ ତାର ଅଭିଜ୍ଞ୍ୟ ପ୍ରତିନିଧି ମାନେ ଶୀର୍ଷକ ଭୁମିକା ଲିଭାଇଥିବାର ଅନେକ୍ ନଜିର୍ ମଧ୍ୟ ଅଛି।  ଆଜି ଏକବିଂଶ ଶତାବ୍ଦୀରେ କେତେକ ସାମାଜିକ ଗଣମାଧ୍ୟମ ବିନା କୌଣସି ସରକାରୀ ସୁବିଧା ପାଇ ମଧ୍ୟ ପୁରାତନ ତଥା ଆଗ ଧାଡ଼ିର କିଛି ଖବରକାଗଜ ଏବଂ ବୌଦୁତିକ ଗଣମାଧ୍ୟମ ମାନଙ୍କର ଏକଚାଟିଆ କରବାର କୁ ସମୁଳେ ବିନାଶ କରିବା ପାଇଁ ଆଗେଇ ଆସିବା ଦ୍ବାରା ସାରା ବିଶ୍ବରେ ଏହାର ସୁ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।         ଆମ ଭାରତ ବର୍ଷ ସ୍ୱାଧିନତା ପାଇବାର ପୂର୍ବରୁ ଏବଂ ପରେ ପରେ କିଛି ବର୍ଷ ପର୍ଯ୍ୟନ୍ତ ସାମ୍ବାଦିକତା,ଶିକ୍ଷକତା,ଡାକ୍ତରୀ ଏବଂ ଓକିଲାତି ପେଷା ଯେଉଁମାନେ କରୁଥିଲେ,ସେମାନେ ସେତେ ବେଳେ ଗୋଟିଏ ସେବା ତଥା ନିଶାରେ କାର୍ଯ୍ୟ କରୁଥିଲେ, ସେଥିପାଇଁ କୌଣସି ପାରିଶ୍ରମିକ ଆଶା କରୁନଥିଲେ କାରଣ ସେମାନଙ୍କର ଘର ଦ୍ବାର କିମ୍ବା ଖାଦ୍ୟ ପେୟ ର କୌଣସି ଅସୁବିଧା ନଥିଲା। ବର୍ତ୍ତମାନ ସେ ସବୁ ସେବା ଏବଂ ନିଶାର ଘୋର ପରିବର୍ତ୍ତନ ଘଟିଛି " ଆପେ  ବଞ୍ଚିଲେ

ବିପୁଳ ପରିମାଣର ଆସ୍କା - 40 ଜବଦ, ଜଣେ ଗିରଫ l

Image
.            ପୋଲିସ୍ ଦ୍ଵାରା ଗିରଫ ବ୍ୟକ୍ତି  ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ସଦର ପୋଲିସ ଏମଭି ଯାଞ୍ଚ ସମୟରେ ଏକ ଗାଡି ଚିହ୍ନଟ କରି ଆସ୍କା -40 ର ୨୫୦ କାର୍ଟୁନ, ପ୍ରାୟ ୧୨୫୦ ଲିଟର୍ ଜବଦ କରିଛି।              ଜବଦ ଗାଡି ସହ ଆସ୍କା - 40  ବେଆଇନ ଭାବେ ଏହି ମଦ ପରିବହନ କରାଯାଉଥିଲା | ଏହି ଆଧାରରେ , ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଭିଯୁକ୍ତ  କୁ ଗିରଫ କରାଯାଇଛି।