Posts

Showing posts from February 13, 2025

କିଡଜୀ ୱାର୍ଲଡ ପ୍ରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- କିଡ଼ଜୀ ୱାର୍ଲଡ ପ୍ରି ସ୍କୁଲ, ନୟାପଲ୍ଲୀ ଏବଂ ସୁନ୍ଦରପଡା ଶାଖାର ୩ୟ ବାର୍ଷିକ ଉତ୍ସବ "ସପ୍ତରଙ୍ଗ" ଜୟଦେବ ବିହାର ନିକଟସ୍ଥ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସାମାଜିକ କର୍ମୀ ରୋଜାଲିନ ପାଟ୍ଟଶାଣୀ, ପ୍ରଫେସର ଡକ୍ଟର ମିହିର ରଞ୍ଜନ ସେଠୀ, ମିସ୍ ଅନନ୍ୟା ରାଉତରାୟ ମିସ୍ ଇଣ୍ଡିଆ ବିଜୟିନୀ, ଏବଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭା ଆରମ୍ଭରେ ସ୍କୁଲର ଅଧ୍ୟକ୍ଷା ରଶ୍ମି  ମିଶ୍ର ସ୍ଵାଗତ ଅଭିଭାଷଣ ସହ ବାର୍ଷିକ ଉତ୍ସବର ଆଭିମୁଖ୍ୟ ଓ ବିଦ୍ୟାଳୟର  ସଫଳତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ପରିଶେଷରେ ସ୍କୁଲର କୁନିକୁନି ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉଜ୍ବଳ କାମନା କରିଥିଲେ ଯୋଗଦେଇଥିବା ଅତିଥି ବୃନ୍ଦ l ଉପସ୍ଥିତ ଥିବା ଅଭିଭାବକମାନଙ୍କୁ ଅଧ୍ୟକ୍ଷା ରଶ୍ମି ମିଶ୍ର ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l

ଟାଟା ଷ୍ଟିଲ୍ କଳିଙ୍ଗନଗର ନୂତନ କଣ୍ଟିନିୟସ ଆନିଲିଂ ଲାଇନରୁ ଆନିଲଡ୍ କଏଲର ପ୍ରଥମ ବ୍ୟାଚ୍ ଉତ୍ପାଦ ଚାଲାଣ l

Image
ଯାଜପୁର /କଳିଙ୍ଗନଗର, ତା  ୧୩/୦୨: - ଟାଟା ଷ୍ଟିଲ କଳିଙ୍ଗନଗରର ଅତ୍ୟାଧୁନିକ କଣ୍ଟିନିୟସ ଆନିଲିଂ ଲାଇନ (ସିଏଏଲ)ର କୋଲ୍ଡ ରୋଲିଂ ମିଲ (ସିଆରଏମ) କମ୍ପେ୍ଲକ୍ସରେ ଥିବା ଅତ୍ୟାଧୁନିକ କଏଲର ପ୍ରଥମ ବ୍ୟାଚ୍ ଉତ୍ପାଦ ଗୁରୁବାର କାରଖାନା ପରିସରରେ ଥିବା କମନ୍ ପ୍ରଡକ୍ଟ ଡେସ୍ପାଚ୍ ୟାର୍ଡରୁ ପଠାଯାଇଛି।  ଟିଏସକେର ଉପାଧ୍ୟକ୍ଷ (ଅପରେସନ୍ସ) ରାଜୀବ କୁମାର ଟିଏସକେ ଜେନେରାଲ ମ୍ୟାନେଜର (ଅପରେସନ୍ସ) କରମବୀର ସିଂ, ଟିଏସକେ ଏବଂ ଏନଆଇଏନଏଲର ଜେନେରାଲ ମ୍ୟାନେଜର (ପ୍ରକଳ୍ପ ଓ ନିର୍ମାଣ) ହରବିନ୍ଦର ସିଂ ଦୀପକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କମ୍ପାନୀର ଉନ୍ନତ ଉତ୍ପାଦନ କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ପ୍ଳାଣ୍ଟର କ୍ଷମତା ବାର୍ଷିକ ୩ ନିୟୁତ ଟନ ରୁ ୮ ନିୟୁତ ଟନକୁ ବୃଦ୍ଧି ପାଉଥିବା ବେଳେ କମ୍ପାନୀର ଏହି ପଦକ୍ଷେପ ଟାଟା ଷ୍ଟିଲକୁ ବିକଶିତ ଅଟୋମୋଟିଭ ବଜାରରେ ଅଭିନବ ସମାଧାନ ପ୍ରଦାନ କରିବାରେ ସକ୍ଷମ କରିବ।  ଭବିଷ୍ୟତ ପାଇଁ ପ୍ରସ୍ତୁତ ଉନ୍ନତ ଜ୍ଞାନକୌଶଳରେ ସଜ୍ଜିତ ଏହି ନୂତନ ସିଏଏଲ୍ ବିଶ୍ୱର ଶ୍ରେଷ୍ଠ ତିନି-ବେଞ୍ଚମାର୍କ ଅଟୋମୋଟିଭ୍ ଲାଇନ୍ ମଧ୍ୟରେ ସ୍ଥାନ ପାଇଛି ।...

ବର୍ତ୍ତମାନ ଭାରତର ଯୁବବର୍ଗ କେବଳ କ୍ୟାରିୟର ଗଢ଼ୁ ନାହାଁନ୍ତି ବରଂ ଦେଶ ଗଢୁଛନ୍ତି – ରାଜ୍ୟପାଳ l

Image
ଭୁବନେଶ୍ୱର- ତା ୧୨/୦୨(ବ୍ୟୁରୋ ରିପୋର୍ଟ) :- ବର୍ତମାନ ସମୟରେ ଭାରତର ଯୁବବର୍ଗ କେବଳ ନିଜର କ୍ୟାରିୟର ଗଢୁନ ହାନ୍ତି, ବରଂ ଦେଶ ଗଢ଼ୁଛନ୍ତି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଟି କହିଛନ୍ତି ।  ଆଜି ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ଵରର ୧୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥିଭାବେ  ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଛାତ୍ରଛାତ୍ରୀ-ତଥା-ଫାକଲ୍ଟିମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ  କହିଥିଲେ ଯେ, ଦୃତ ପରିବର୍ତନଶୀଳ ବିଶ୍ୱରେ ଭାରତର ଯୁବକମାନେ ପରିବର୍ତନର ଅଗ୍ରଭାଗରେ ରହିଛନ୍ତି  ଏବଂ ନବସୃଜନ ଓ ଷ୍ଟାପ୍ ଇକୋସିଷ୍ଟମ, ୟୁନିକର୍ଷ ସୃଷ୍ଟି ଏବଂ ଲକ୍ଷ ଲକ୍ଷ ନୂଅ ସୁଯୋଗ ସୃଷ୍ଟି କ୍ଷେତ୍ରରେ ଭାରତ ବିଶ୍ଵର ୩ଟି ଶ୍ରେଷ୍ଠ ଦେଶ ମଧ୍ୟରେ ପରିଗଣିତ ହେଉଛି। ସଂପ୍ରତି ଭାରତର ଯୁବ ବର୍ଗ ଚାକିରି  ନ ଖୋଜି ଚାକିରିଦାତା ହେଉଛନ୍ତି। ଯୁବକମାନଙ୍କ ଉପରେ ଦେଶର ପ୍ରଗାଢ ଆସୁ ରହିଛି ଏବଂ ଆଇଆଇଟିଆନ୍‌ମାନେ ଦୃଢ ବିଶ୍ଵାସ, ସାହସ ଓ ସମ୍ବେଦନଶୀଳତାର ସହ ଦେଶ ଗଠନରେ ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କସମ୍ପାଟି ଆହ୍ୱାନ ଜଣାଇଥିଲେ । ଏତଦ ଇ ବ୍ୟତୀତ ଆଇଟିଆନ୍‌ମାନେ ବାସ୍ତବବାଦୀ ଆଶା ଆକାଂକ୍ଷା ଓ ଚିନ୍ତାଧାରା ସହିତ ଆଗକୁ ବଢ଼ିବା, ଲୋକମାନଙ୍କର ଅସ୍ଥିକୁ ସମ୍ମାନ ଜଣାଇବା, ନବସୃଜନ ଚିନ୍ତାଧାରା ସଂପନ୍ନ ହେବା ଏବଂ ...

ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ ।  ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।  ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ । ତେବେ ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ । ଏଥିରେ ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା, ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ ।  ଏହି ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେ...