Posts

Showing posts from December 18, 2022

ସୁବର୍ଣ୍ଣ ଜୟନ୍ତୀ ର ଉଦଯାପନୀ ଉତ୍ସବରେ ଝଲକିଲା ବୁଦ୍ଧରାଜ ସରକାରୀ ବିଦ୍ୟାପୀଠ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରେ ଅବସ୍ଥିତ ବହୁ ପୂରାତନ ଶିକ୍ଷାନୁଷ୍ଠାନ ବୁଦ୍ଧରାଜ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଦୁଇଦିନ ଧରି ଚାଲିଥିଲା l ଏହାର ଉଦଯାପିତ ସମାରୋହରେ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ l ମୁଖ୍ୟ ଅତିଥି ଭାବେ ଏହି କର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ l ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ (ଅତିରିକ୍ତ ଜିଲ୍ଲାପାଳ, ଯାଜପୁର), ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ସ୍ଵାଇଁ (ସମ୍ପାଦକ" ଗୋଳମାଳ" ଦୈନିକ ପତ୍ରିକା), ଡଃ. ବାବାଜୀ ଚରଣ ପଟ୍ଟନାୟକ (ବିଶିଷ୍ଟ ଶିକ୍ଷାବିତ) ଏବଂ ସଭାପତି ଶ୍ରୀଯୁକ୍ତ ଲୋକନାଥ ଧିର (ଆବାହକ ପୂରାତନ ଛାତ୍ରସଂସଦ) l ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷ ସୁଧାଂଶୁ ଶେଖର ଭଞ୍ଜ, ପ୍ରଶାନ୍ତ ରାୟ, ଚନ୍ଦନ କର, ନିମେଇ ଭଞ୍ଜ, ଅକ୍ଷୟ ରାୟ,, ବିଶ୍ୱଜିତ୍ ମାଝୀ, ରଞ୍ଜନ ଧୀର, ରଞ୍ଜନ ସାହୁ, ରୁଦ୍ରନାରାୟଣ ଦାସ, ଦିଲୀପ ସାହୁ, ଧର୍ମେମେନ୍ଦ୍ର ଜେନା ଦେବେନ୍ଦ୍ର ମିଶ୍ର , ରାଧାରାଣୀ ଦାସ, ଭଗବାନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ପ୍ରସାର ପ୍ରଚାର କରିବା ପାଇଁ ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଯୋଗଦେଇଥିଲେ l ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପ...