Posts

Showing posts from April 2, 2025

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ l

Image
ଭୁବନେଶ୍ୱର ତା୦୨/୦୪ (ବ୍ୟୁରୋ ରିପୋର୍ଟ) :- ଆଜି ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଶ୍ରୀ ଥିଏରୀ ମାଥୌ ଲୋକ ସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଓଡ଼ିଶା ଏବଂ ଫ୍ରାନ୍ସର ମଧ୍ୟରେ ଦୃଢ ସମ୍ପର୍କ ସ୍ଥାପନ ବିଷୟରେ ଆଲୋଚନା କରିଛନ୍ତି।  ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାର ବିକାଶ ଏବଂ ଏହା ସହିତ ଓଡ଼ିଶାରେ ନିବେଶ, ଶିକ୍ଷା, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା।  ଫ୍ରାନ୍ସ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ, ଓଡ଼ିଶା କିପରି ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ସେ ସମ୍ପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।  

ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ l

Image
ଭୁବନେଶ୍ୱର ତା ୦୨/୦୪(ବ୍ୟୁରୋ ରିପୋର୍ଟ) :- କୁନି କୁନି ପିଲାଙ୍କ ଆଖିରେ ଭରି ରହିଥିଲା ଅନେକ ସ୍ୱପ୍ନ । ସିଲଟ୍ ଓ ଖଡି ଧରି ସେମାନେ ବସିଥିଲେ ବଡଗଡ ଗାଁ ସ୍କୁଲର ପ୍ରାଙ୍ଗଣରେ। ସେମାନଙ୍କ ପାଖରେ ଯାଇ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ପିଲା ମାନଙ୍କୁ ଦେଖି ତାଙ୍କ ଭିତରେ ଛପି ରହିଥିବା ଶିକ୍ଷକର ସ୍ୱରୂପ ପୁଣି ଥରେ ଫୁଟିଉଠିଥିଲା । ସେ ପିଲାମାନଙ୍କ ହାତ ଧରି ଚକ୍‌ ଖଡିରେ ବୃତ୍ତ କାଟି ପିଲାଙ୍କ ଖଡି ଛୁଆଁ ଆରମ୍ଭ କରିଥିଲେ । ତା ପରେ ପ୍ରଥମ ଅକ୍ଷର ଭାବେ ‘ମା’ ଲେଖାଇ ଅକ୍ଷର ଶିକ୍ଷା ଆରମ୍ଭ କରିଥିଲେ । ଏହା ସହିତ ଆରମ୍ଭ ହୋଇଥିଲା ଶିଶୁ ବାଟିକା ଓ ପିଲାଙ୍କ ପ୍ରବେଶ ଉତ୍ସବ ।  ଶିକ୍ଷକତାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଶିକ୍ଷକତାର ଅଭିଜ୍ଞତାରୁ ପିଲାଙ୍କ ସହିତ ବାର୍ତ୍ତାଳପ ଆରମ୍ଭ କରିଥିଲେ । ଖୁବ୍ ସହଜ ଭାବରେ ପିଲାଙ୍କ ମା’ଙ୍କ ନାଁ, ବାପାଙ୍କ ନାଁ, କଣ ଖାଇଚ… ଏମିତି ଅନେକ ପ୍ରଶ୍ନ ପଚାରି ପିଲାଙ୍କ ସହିତ ଭାବଗତ ସମ୍ପର୍କ ଯୋଡିଥିଲେ । ପିଲାମାନେ ମଧ୍ୟ ଖୁବ୍ ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଉଥିଲେ । ଏହା ମଧ୍ୟ ଥିଲା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ବାର୍ତ୍ତା । ଛୋଟ ଛୋଟ ପିଲାଙ୍କ ମନୋଭାବକୁ ଠିକ୍ ଭାବେ ବୁଝି ସେମାନଙ୍କ ସହିତ ସହଜ ହୋଇ ଶିକ୍ଷା ପ୍ରଦାନ କଲେ ପିଲାମାନେ ଆଗ୍ରହରେ ଶିକ...