Posts

Showing posts from June 29, 2023

କଳିଙ୍ଗନଗର ଶିଳ୍ପାଞ୍ଚଳରେ ସୁଧୁରୁନି ଶ୍ରମିକଙ୍କ ସମସ୍ୟା, ଦୁଇଦୁଇଟା କାରଖାନା ରେ ଶ୍ରମିକ ଧାରଣା l

Image
କଳିଙ୍ଗନଗର :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅନେକ କଳକାରଖାନା କାର୍ଯ୍ୟକ୍ଷମ।ଶିଳ୍ପର ବିକାଶ ହେଲେ ସମାଜର ବିକାଶ ହେବା।ଲୋକମାନଙ୍କର ସାଧାରଣ ଜୀବନ ରେ ପରିବର୍ତନ ହେବ।ଏହି ଆଶା ନେଇ କଳିଙ୍ଗନଗର ରେ କଳକାରଖାନା ଗଢି ଉଠିଥିଲା।ମାତ୍ର ଏଠାରେ ବିକାଶ ଏବେ ବିନାଶ ସାଜିଛି।ପ୍ରତିଦିନ କଳିଙ୍ଗନଗରରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳୁଛି।ଅନେକ ସମୟରେ ବିଭିନ୍ନ କଳକାରଖାନା ସାମ୍ନାରେ ଶ୍ରମିକ ଆନ୍ଦୋଳନ ଦେଖିବାକୁ ମିଳୁଛି।ସେମିତି ଏକ ଶ୍ରମିକ ଅଶାନ୍ତି ମୈଥାନ ଇସ୍ପାତ ଓ ନୋଭାକ(ଇମାମି) ସିମେଣ୍ଟ କାରଖାନା ରେ ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଶ୍ରମିକ ମାନଙ୍କର ବିଭିନ୍ନ ଅସୁବିଧା ତଥା ଦାବି କୁ ନେଇ କଳିଙ୍ଗନଗର ଶିଳ୍ପାଞ୍ଚଳ ର ଯଖପୁରା ଥାନା ନିକଟସ୍ଥ ଦୁଇ ଦୁଇଟି କାରଖାନାରେ ଦେଖିବାକୁ ମିଳିଛି।ଇମାମି ସିମେଣ୍ଟ କାରଖାନା ରେ କଳିଙ୍ଗନଗର ମଜଦୂର ଇଉନିୟନ୍ ତରଫରୁ ଶ୍ରମିକ ଆନ୍ଦୋଳନ ଡ଼ାକରା ଦିଆଯାଇଛି।ଠିକା ଶ୍ରମିକ ମାନେ ସେମାନଙ୍କର ବିଭିନ୍ନ ଦାବି ନେଇ କାରଖାନାର ଫାଟକ ବନ୍ଦ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି।ସେହିପରି ନୋଭାକ(ଇମାମୀ) ସିମେଣ୍ଟ କାରଖାନା ର ଶ୍ରମିକ ମାନଙ୍କର ସ୍ଥାନୀୟ ଜମିହରାଙ୍କ ନିଯୁକ୍ତି, ବାର୍ଷିକ ମଜୁରୀ ବୃଦ୍ଧି ଓ ନୋଭାକ ସିମେଣ୍ଟ କାରଖାନା ରେ ଶ୍ରମିକ ସଂଗଠନ ପାଇଁ ଆନ୍ଦୋଳନ ଚାଲୁଥିବା ଦେଖିବାକୁ ମିଳିଥିଲା ବେଳେ ମୈଥା