କଳିଙ୍ଗନଗର ଶିଳ୍ପାଞ୍ଚଳରେ ସୁଧୁରୁନି ଶ୍ରମିକଙ୍କ ସମସ୍ୟା, ଦୁଇଦୁଇଟା କାରଖାନା ରେ ଶ୍ରମିକ ଧାରଣା l

କଳିଙ୍ଗନଗର :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅନେକ କଳକାରଖାନା କାର୍ଯ୍ୟକ୍ଷମ।ଶିଳ୍ପର ବିକାଶ ହେଲେ ସମାଜର ବିକାଶ ହେବା।ଲୋକମାନଙ୍କର ସାଧାରଣ ଜୀବନ ରେ ପରିବର୍ତନ ହେବ।ଏହି ଆଶା ନେଇ କଳିଙ୍ଗନଗର ରେ କଳକାରଖାନା ଗଢି ଉଠିଥିଲା।ମାତ୍ର ଏଠାରେ ବିକାଶ ଏବେ ବିନାଶ ସାଜିଛି।ପ୍ରତିଦିନ କଳିଙ୍ଗନଗରରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳୁଛି।ଅନେକ ସମୟରେ ବିଭିନ୍ନ କଳକାରଖାନା ସାମ୍ନାରେ ଶ୍ରମିକ ଆନ୍ଦୋଳନ ଦେଖିବାକୁ ମିଳୁଛି।ସେମିତି ଏକ ଶ୍ରମିକ ଅଶାନ୍ତି ମୈଥାନ ଇସ୍ପାତ ଓ ନୋଭାକ(ଇମାମି) ସିମେଣ୍ଟ କାରଖାନା ରେ ଦେଖିବାକୁ ମିଳିଛି।ପ୍ରକାଶ ଥାଉ କି ଶ୍ରମିକ ମାନଙ୍କର ବିଭିନ୍ନ ଅସୁବିଧା ତଥା ଦାବି କୁ ନେଇ କଳିଙ୍ଗନଗର ଶିଳ୍ପାଞ୍ଚଳ ର ଯଖପୁରା ଥାନା ନିକଟସ୍ଥ ଦୁଇ ଦୁଇଟି କାରଖାନାରେ ଦେଖିବାକୁ ମିଳିଛି।ଇମାମି ସିମେଣ୍ଟ କାରଖାନା ରେ କଳିଙ୍ଗନଗର ମଜଦୂର ଇଉନିୟନ୍ ତରଫରୁ ଶ୍ରମିକ ଆନ୍ଦୋଳନ ଡ଼ାକରା ଦିଆଯାଇଛି।ଠିକା ଶ୍ରମିକ ମାନେ ସେମାନଙ୍କର ବିଭିନ୍ନ ଦାବି ନେଇ କାରଖାନାର ଫାଟକ ବନ୍ଦ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି।ସେହିପରି ନୋଭାକ(ଇମାମୀ) ସିମେଣ୍ଟ କାରଖାନା ର ଶ୍ରମିକ ମାନଙ୍କର ସ୍ଥାନୀୟ ଜମିହରାଙ୍କ ନିଯୁକ୍ତି, ବାର୍ଷିକ ମଜୁରୀ ବୃଦ୍ଧି ଓ ନୋଭାକ ସିମେଣ୍ଟ କାରଖାନା ରେ ଶ୍ରମିକ ସଂଗଠନ ପାଇଁ ଆନ୍ଦୋଳନ ଚାଲୁଥିବା ଦେଖିବାକୁ ମିଳିଥିଲା ବେଳେ ମୈଥାନ ଇସ୍ପାତ କାରଖାନାରେ ତିନି ବର୍ଷ ପାଇଁ ଠିକା ଶ୍ରମିକ ମାନଙ୍କର ମଜୁରୀ ୬୦ ଟଙ୍କା ବୃଦ୍ଧିକୁ ବିରୋଧ କରି ଏବଂ ପିଛିଲା ଭାବରେ ଜାନୁଆରୀ ମାସରୁ ଏରିଅର ଦେବା ପାଇଁ ଦାବି ରଖି ଶ୍ରମିକ ମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।ଦୁଇ କାରଖାନା ର ଶ୍ରମିକ ମାରଣା ନୀତି ଯୋଗୁଁ ଶ୍ରମିକ ଅସନ୍ତୋଷ ଦେଖାଦେଇଛି।ଦେଖିବାକୁ ବାକି ରହିଲା କେବେ ଶ୍ରମିକ ମାନଙ୍କର ଦାବି ପୂରଣ କରାଯାଉଛି ଆଉ ଶ୍ରମିକ ମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଦାବି ହାସଲ ପୂରଣ ହେଉଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !