ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ‘ଶିଳ୍ପ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ’ ଆୟୋଜିତ l
ଯାଜପୁର (କଳିଙ୍ଗନଗର) ୧୮/୦୪ : - ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍) ପକ୍ଷରୁ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ସହଯୋଗିତାରେ ସୋମବାର ଟିଏସ୍ କାପାବିଲିଟି ଡେଭେଲପ୍ମେଟ୍ ଟ୍ରେନିଂ ସେଣ୍ଟର ଅଡିଟୋରିୟମ୍ରେ‘ଶିଳ୍ପ ସୁରକ୍ଷା’ ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଵାଲିଟି ଆଣ୍ଡ୍ ଏନଭର୍ସମେଟ୍ ମ୍ୟାନେଜମେଟ୍ ସର୍ଭିସେସ୍ (ଆଇକ୍ୟୁଇଏମ୍ସ୍) ସହଯୋଗରେ ଆୟୋଜନ କରାଯାଇଥିବା ଏହି ଦିନିକିଆ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ୨୧ଟି ଶିଳ୍ପର ସୁରକ୍ଷା ବିଭାଗର ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଯାଜପୁର ଡିଭିଜନର ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ସୂତାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ର ପରିଚାଳନା ବିଭାଗର ମୁଖ୍ୟ ବିନୀତ ରଂଜନ ତ୍ରିପାଠୀ, ଟାଟା ଷ୍ଟିଲ୍ କଳିଙ୍ଗନଗରର କୋଲ୍ଡ ରୋଲ୍ ମିଲ୍ ବିଭାଗର ମୁଖ୍ୟ ପ୍ରବୀଣ ଭି ଥାମ୍ପି, ଟାଟା ଷ୍ଟିଲ୍ କଳିଙ୍ଗନଗର ମେକାନିକାଲ୍ ମେଟେନାନ୍ସ ବିଭାଗର ମୁଖ୍ୟ ନାଗା ପ୍ରଶାନ୍ତ, ଟାଟା ଷ୍ଟିଲ୍ କଳିଙ୍ଗନଗରର ସୁରକ୍ଷା ବିଭାଗର ମୁଖ୍ୟ ରବି ଏସ୍ ମିଶ୍ର, ଆଇକ୍ୟୁଇଏମ୍ସର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ କଳିଙ୍ଗନଗର ଆଖପାଖର ବିଭିନ୍ନ ...