Posts

Showing posts from March 10, 2020

ଆଧୁନିକ ଯୁଗରେ ମଧ୍ୟ ହଜି ଯାଇନାହିଁ ପାରମ୍ପାରିକ ଓଡ଼ିଆ ସଭ୍ୟତା,ହୋଲି ପାଳନ ଅବସରରେ ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର - ଯାଜପୁର ଜିଲ୍ଲାର ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ହୋଲି ଉତ୍ସବ l ସମଗ୍ର ଦେଶରେ ହୋଲି ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ବେଳେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି l ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଓ ସୁକିନ୍ଦା ବ୍ଲକ ସମେତେ ସମସ୍ତ ଅଞ୍ଚଳ ତଥା ମନ୍ଦିର ମାନଙ୍କରେ ଏହି ଫଗୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ବ୍ଲକ ର ଦାମୋଦର ପୁର ଗ୍ରାମର ଗୋପାଳ ସମ୍ପ୍ରଦାୟ ଓ ଅନ୍ୟ ସମସ୍ତ ମିଶି ପାଞ୍ଚଦିନ ଧରି ପଞ୍ଚଦୋଳ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା l ସେହିପରି ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ଗ୍ରାମରେ ମଧ୍ୟ ଏହି ଦୋଳଯାତ୍ରା ବା ହୋଲି ଖେଳିବା ପାଇଁ ଉତ୍ସୁକତାର ସହ ଠାକୁରଙ୍କୁ ସଜ୍ଜିତ ବିଭାନ ରେ ସାରା ଅଞ୍ଚଳରେ ପରିକ୍ରମା କରିବା ସହିତ ବାଡ଼ିଖେଳ ଓ ଭଜନ କୀର୍ତ୍ତନ ର ଆସର ଦେଖିବାକୁ ମିଳିଥିଲା l ଓଡିଶା ର ନୀତି ରୀତି ଅନୁଯାୟୀ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି l