Posts

Showing posts from September 8, 2020

ଯାଜପୁର ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା ବୈଠକ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା ବୈଠକରେ, ଯାଜପୁର ର ବନ୍ୟା ଓ କରୋନା ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଓ ସହରାଞ୍ଚଳ ଗୃହ ନିର୍ମାଣ ର ନିର୍ଦ୍ଦେଶକ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ସ୍ଥାନୀୟ ସର୍କିଟ ହାଉସ ଠାରେ ତା ୮/୯/୨୦୨୦ ରିଖରେ ଜିଲ୍ଲାର ବନ୍ୟା ପରବର୍ତ୍ତୀ ସ୍ଥିତି ଓ କରୋନାର ସମୀକ୍ଷା କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଓ ତାଙ୍କର ଟିମ୍ କୁ ସଠିକ ବନ୍ୟା ପରିଚାଳନା ପାଇଁ ଧନ୍ୟବାଦ୍ ଜଣାଇଥିଲେ Umakanta Mohapatra (Rita vision News) 

କୁଜିନେତା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କ ଛତ୍ର ଛାୟାରେ ରେ ଚାଲିଛି ଦେଶୀ ମଦ କାରବାର, ସହଯୋଗ କରୁଛି ସ୍ଥାନୀୟ ପୋଲିସ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ର ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ସହର ସାହି ରେ ଚାଲିଛି ବେଆଇନ୍ ଭାବେ ଦେଶୀ ମଦ ବିକ୍ରି l ଅନ୍ୟ ଜିଲ୍ଲାରୁ ଆସି ଏଇ କିଛି ବର୍ଷ ଧରି ମାନଗୋବିନ୍ଦ ପୁର ସହର ସାହି ରେ ରହି ଆସୁଥିବା ଲୋକନ ମାଝୀ ଏବଂ ରେଣୁବାଳା ସିଂ ସ୍ୱା. ମଦନ ନାୟକ ନିଜ ଘରେ ଦେଶୀ ମଦ ସହିତ ସ୍ପିରିଟ୍ ମିଶା ନିଶା ପାନୀୟ ବିକ୍ରୀ କରୁଛନ୍ତି l ସହର ସାହି ର ଲୋକମାନେ ଏହାକୁ ବିରୋଧ କରି ସ୍ଥାନୀୟ ଧୂଳିଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅବକାରୀ ବିଭାଗ କୁ ଜଣାଇଥିଲେ l ଗତ ଅଗଷ୍ଟ ୨୮ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ସେଠାରୁ କିଛି ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିଲା l ଜମିନ୍ ପାଇ ଫେରିଥିବା ଉକ୍ତ ଲୋକ ସ୍ଥାନୀୟ ଶାସାକ ଦଳର କିଛି କୁଜିନେତା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ମୋହରା କରି ପୁନର୍ବାର ଚୋରା ମଦ ବ୍ଯବସାୟ ଆରମ୍ଭ କରିଲା l ବସ୍ତି ବାସିନ୍ଦା ଲୋକମାନେ ଏହାକୁ ବିରୋଧ କରିବାରୁ, ବସ୍ତିର ମୁଖିଆ ସଂଗ୍ରାମ ବିଶ୍ଵାଳ ଙ୍କୁ ଅନ୍ୟ ଏକ ପାଖ ପଞ୍ଚାୟତର ଦୁଇଜଣ ଗୁଣ୍ଡା ଲୋକଙ୍କୁ ଲଗାଇ ଧମକ ଦେବାକୁ ପଛାଇ ନ ଥିଲା l ଆଜି ଏହି ଦୁଇ ଅସାମାଜିକ ବ୍ୟକ୍ତି ଓଲଳ ଗ୍ରାମର ଲୋଚନ ପେରାଇ ଓ ତ୍ରିଲୋଚନ ପେରାଇ ସଂଗ୍ରାମ ବିଶ୍ଵାଳ ଙ୍କ ଘରେ ପହଞ୍ଚି '' ସେ ସ୍ତ୍ରୀ ଲୋକ ମଦ ବିକିବ ତୁମେ ଯଦି ବିରୋଧ