Posts

Showing posts from November 23, 2019

ଟ୍ରେନ୍ ଧକ୍କାରେ ମାଆ ଝିଅ ର ମୃତ୍ଯୁ l

Image
ଯାଜପୁର /ବ୍ୟାସନଗର - ଆଜି ସକାଳ ପ୍ରାୟ ଏଗାରଟା ବେଳେ ହାଓଡ଼ା - ପୁରୀ ପାସେଞ୍ଜର ଟ୍ରେନ୍ ଆସୁଥିବା ବେଳେ କୌଣସି କାରଣରୁ ଦୁଇଜଣଙ୍କୁ ଧକ୍କା ଦେଇଥିଲା I ଫଳରରେ ଦୁଇ ମାଆ ଓ ଝିଅ ର ମୃତ୍ଯୁ ଘଟିଛି l ମୃତକ ଦୁଇଜଣ ବ୍ୟାସନଗର ଅଞ୍ଚଳର ଚାନ୍ଦମା କୁମ୍ଭାର ସାହି ର ବୋଲି ଜଣାଯାଇଛି l ରେଲୱେ ପୋଲିସ୍ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି l ମୃତ୍ୟୁ ର କାରଣ ଅସ୍ପଷ୍ଟ l Rita vision News 

ବିଧାନସଭା ଘେରାଉ କଲା ଓଡି଼ଶା ଶୀଳ୍ପି ମହାସଂଘ l

Image
ବ୍ୟୁରୋ - ଓଡ଼ିଶାର କଳାକୃତି ଓ ପାକୃତିକ ଶୋଭା ପାଇଁ ସାରା ବିଶ୍ୱରେ ପରିଚିତ ଥିବା ବେଳେ, ଏହି ଓଡ଼ିଶାର କାରୁକାର୍ଯ୍ୟ, କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଥିବା ଶୀଳ୍ପି ମାନଙ୍କୁ ରାଜ୍ଯ ସରକାର କିଛି ବି ପ୍ରୋତ୍ସାହନ ଯୋଗାଇ ଦେଉନାହାନ୍ତି l ଫନୀ ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପୀ ମାନଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ l ଗତ ଫନୀ ବାତ୍ୟାରେ ୧୪ ଜିଲ୍ଲା ର ବୁଣାକାର ଓ ହସ୍ତଶିଳ୍ପ ର ନାହିଁ ନ ଥିବା କ୍ଷତି ହୋଇଛି l କିନ୍ତୁ ସରକାର ଏଥିନେଇ କିଛି ଠୋସ ପଦକ୍ଷେପ ଗ୍ରହଣ କରିନାହାନ୍ତି l କଞ୍ଚାମାଲ ର ଅଭାବ ଯୋଗୁଁ ଏହି ଶିଳ୍ପୀ ଓ ବୁଣାକାରମାନଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି l ଏହି ସବୁ ଘଟଣା ର ତୁରନ୍ତ ସମାଧାନ ପାଇଁ ରାଜ୍ଯ ଶିଳ୍ପୀ ମହାସଂଘ ବିଧାନସଭା ଘେରାଉ କରିଥିଲେ l ସରକାରଙ୍କୁ ସେମାନଙ୍କର ସମସ୍ୟା ସୃଷ୍ଟି ଆକର୍ଷଣ କରିଥିଲେ l ସରକାରଙ୍କ ଶିଳ୍ପୀ ଓ କାରିଗର, ବୁଣାକାରମାନଙ୍କୁ ଅବହେଳା ଓ ହଟାଦର କରୁଥିବା ପ୍ରତିବାଦରେ ବିବିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶିଳ୍ପୀ ଓ ବୁଣାକାର ରାଜଧାନୀରେ ଏକଜୁଟ ହୋଇ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l RITA vision News