Posts

Showing posts from October 11, 2023

ନଦୀରେ ଦୁଇ ଯୁବକ ଙ୍କ ସଲିଳ ସମାଧି l

Image
ଯାଜପୁର(ଧର୍ମଶାଳା):- ଧର୍ମଶାଳା ନିକଟସ୍ତ ବ୍ରାହ୍ମଣୀ ନଦୀକୁ ଗାଧୋଇ ବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି l ଖବର ରୁ ପ୍ରକାଶ ଯେ, ଜାରକା ବଜାର ଜଗଦୀଶ ଡ୍ରେସ ଦୋକାନ ରେ କାମକରୁଥିବା ଦେଓଦା ପଂଚାୟତ ଅର୍ନ୍ତଗତ ପରମାନନ୍ଦ ରଣା ଙ୍କ ପୁଅ ଗୋବିନ୍ଦ ରଣା(୨୦) ଏବଂ ଜାରକା ପଂଚାୟତର ରବୀନ୍ଦ୍ର ମହାରଣାଙ୍କ ପୁଅ ଦିବ୍ୟରଞ୍ଜନ ମହାରଣା (୧୭) ବୋଲି ଜଣା ପଡିଛି l ଆଜି ଦିପହରେ ନଦୀ କୁ ଗାଧୋଇବାକୁ ଯାଇ ନ ଫେରିବାରୁ ତାଙ୍କ ଘର ଲୋକ ଖୋଜି ବାରୁ ଦୋକାନମାଲିକ କହିଲା ଗାଧୋଇ ଯାଇଛନ୍ତି l ତାପରେ ଖୋଜା ଖୋଜି କରି ବାରୁ ନଦୀ ଭିତରୁ ଉଦ୍ଧାର କରି ୧୦୮ ଆମ୍ବଲାନ୍ସ ଧର୍ମଶାଳା ମେଡିକାଲ କୁ ଆଣି ଥିଲେ l ମେଡିକାଲ ରେ ଡାକ୍ତର ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଛି lଏହି ଦୁର୍ଘଟଣା ପାଇଁ ଧର୍ମଶାଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  l  

ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ଜିଲ୍ଲା ପୁଲିସ ସହଯୋଗରେ ‘ସାଇବର ସୁରକ୍ଷା ଅଭିଯାନ’ ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର) :- ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଯାଜପୁର ପୁଲିସ ସହଯୋଗରେ ଏହାର ହାଉସିଂ କମ୍ପ୍ଲେକ୍ସରେ ସାଇବର ନିରାପତା ଉପରେ ଏକ ସଚେତନତା ଅଧିବେଶନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧବେଶନରେ ବିଭିନ୍ନ ଶିଳ୍ପ, ସ୍ଥାନୀୟ ସମୁଦାୟ ଏବଂ ଟାଟା ଷ୍ଟିଲର ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୨୦୦ ଲୋକ ଅଂଶଗ୍ରହଣ କରିଥିଲେ । ଏହି ଅଧିବେଶନରେ କଳିଙ୍ଗନଗର ଏଏସ୍‌ପି ଏସ୍ ଟପୋ , ଟିଏସ୍କେର ଏଚ୍ଆରବିପି ମୁଖ୍ୟ ୟଶବନ୍ତ ପାଣ୍ଡେ, ଯଖପୁରା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଓ ଯାଜପୁର ସାଇବର୍ ସେଲ୍ ଟିମ୍ ସଦ୍ୟସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଏସ୍କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର, ଟାଟା ଷ୍ଟିଲ୍‌ର ଅନ୍ୟ ଅଧିକାରୀ ଏବଂ ଜେଏସ୍‌ଡବ୍ଲୁ, ଜେଏସ୍ଏଲ,ଭିସା ଷ୍ଟିଲ, ଏନ୍‌ଆଇଏନ୍ଏଲ, ଏଫ୍ଏପି, ଯାଜପୁର ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅଧିବେଶନରେ ସାଇବର ଅପରାଧ ଘଟାଇବା ପାଇଁ ଠକମାନେ ବ୍ୟବହାର କରୁଥିବା କୌଶଳ, ଯେଉଁଥରେ ସୋସିଆଲ ମିଡିଆ ଠକେଇ, ୟୁପିଆଇ ଠକେଇ, ଏଟିଏମ୍ ଠକେଇ, ଅନଲାଇନ ବ୍ୟାଙ୍କି କାରବାର ଇତ୍ୟାଦି ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସାଇବର ଠକେଇ ରୋକିବା ପାଇଁ ବିଭିନ୍ନ ଉପାୟ ବୁଝାଇବା ପାଇଁ ଏକ ନୁକ୍‌ଡ୍ ନାଟକର ଆୟୋଜନ କରାଯାଇଥିଲା ।