ନଦୀରେ ଦୁଇ ଯୁବକ ଙ୍କ ସଲିଳ ସମାଧି l

ଯାଜପୁର(ଧର୍ମଶାଳା):- ଧର୍ମଶାଳା ନିକଟସ୍ତ ବ୍ରାହ୍ମଣୀ
ନଦୀକୁ ଗାଧୋଇ ବାକୁ ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି l ଖବର ରୁ ପ୍ରକାଶ ଯେ, ଜାରକା ବଜାର ଜଗଦୀଶ ଡ୍ରେସ ଦୋକାନ ରେ କାମକରୁଥିବା ଦେଓଦା ପଂଚାୟତ ଅର୍ନ୍ତଗତ ପରମାନନ୍ଦ ରଣା ଙ୍କ ପୁଅ ଗୋବିନ୍ଦ ରଣା(୨୦) ଏବଂ ଜାରକା ପଂଚାୟତର ରବୀନ୍ଦ୍ର ମହାରଣାଙ୍କ ପୁଅ ଦିବ୍ୟରଞ୍ଜନ ମହାରଣା (୧୭) ବୋଲି ଜଣା ପଡିଛି l ଆଜି ଦିପହରେ ନଦୀ କୁ ଗାଧୋଇବାକୁ ଯାଇ ନ ଫେରିବାରୁ ତାଙ୍କ ଘର ଲୋକ ଖୋଜି ବାରୁ ଦୋକାନମାଲିକ କହିଲା ଗାଧୋଇ ଯାଇଛନ୍ତି l ତାପରେ ଖୋଜା ଖୋଜି କରି ବାରୁ ନଦୀ ଭିତରୁ ଉଦ୍ଧାର କରି ୧୦୮ ଆମ୍ବଲାନ୍ସ ଧର୍ମଶାଳା ମେଡିକାଲ କୁ ଆଣି ଥିଲେ l ମେଡିକାଲ ରେ ଡାକ୍ତର ଦୁଇ ଜଣକୁ ମୃତ୍ୟୁ ଘୋଷଣା କରିଛି lଏହି ଦୁର୍ଘଟଣା ପାଇଁ ଧର୍ମଶାଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  l

 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !