Posts

Showing posts from July 7, 2024

"ଉଦୟବଟ" ତରଫରୁ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l

Image
  ଯାଜପୁର /କୋରେଇ (୦୭/୦୭): - ଚଳିତ ବର୍ଷ ୭୫ତମ ବନ ମହୋତ୍ସବ ଏକ ସପ୍ତାହ ଧରି ସାରା ରାଜ୍ୟରେ ପାଳିତ ହେଉଥିବା ବେଳେ ଶେଷ ଅର୍ଥାତ ୭ମ ଦିବସରେ ରବିବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅର୍ନ୍ତଗତ ପୂର୍ବକୋଟ ସ୍ଥିତ ‘ଇଣ୍ଡଟେକ୍ ଏଜୁକେସନ ଆଣ୍ଡ ଟେକ୍ନିକାଲ ଇଷ୍ଟିଚ୍ୟୁଟ୍‌’ ଠାରେ ପରିବେଶ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ଏବଂ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ଉପଲକ୍ଷେ ବିଶିଷ୍ଟ ପରିବେଶବିତ୍ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ପ୍ରକୃତିମାତାର ସୁରକ୍ଷା ନିମନ୍ତେ ଜଣେ ବ୍ୟକ୍ତି ନିଶ୍ଚୟ ଗୋଟିଏ ଗଛ ଲଗାଇ ତା’କୁ ବଂଚାଇ ରଖିବାକୁ ଚେଷ୍ଟିତ ରହିବା ଆବଶ୍ୟକ । ଉଦ୍ଭିଦ ଜଗତ ବିନା ପ୍ରାଣୀଜଗତ ପୃଥିବୀପୃଷ୍ଠରେ ତିଷ୍ଠି ରହିବା କଷ୍ଟକର; ତେଣୁ ପର୍ଯ୍ୟାପ୍ତ ପରିମାଣର ଗଛ ଲଗାଇବାକୁ ସେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ରଜତ କୁମାର ସାହା ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଯୁବ ସମାଜସେବୀ ଉମାକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ...