Posts

Showing posts from July 1, 2024

ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ହେତୁ ୮ ଜଣ ଶ୍ରମିକ ଗୁରୁତର l

Image
    ରାଉରକେଲା(ବ୍ୟୁରୋ ରିପୋର୍ଟ) :- ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ ଘଟିଛି । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ହେତୁ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଯୋଗୁ ଶ୍ରମିକମାନେ ଗୁରୁତର ହୋଇପଡ଼ିଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ରାଉଲକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି ।ତେବେ ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ଆଇସିୟୁରେ ଥିବା ଜଣାଯାଇଛି ।ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା ପ୍ରଥମ ନୁହେଁ । ବାରମ୍ବାର ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ହୋଇ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ କେତେ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଏହାସତ୍ତ୍ୱେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଶ୍ରମିକଙ୍କ ନିରାପତ୍ତା ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି । ତେବେ ଆଜି ଏହି ଅଘଟଣ ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖି ନାହାନ୍ତି ।

ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ l

Image
  ଭୁବନେଶ୍ଵର(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରୀ ଧଳ। ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ନିକୁଞ୍ଜା ବିହାରୀ ଧଳ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଭାବରେ ନିଯୁକ୍ତ ମିଳିଥିଲା । ମୁଖ୍ୟ ଶାସନ ସଚିବ ପଦରୁ ଅତିରିକ୍ତ ମୁଖ୍ୟ ସଚିବ, ଶକ୍ତି ବିଭାଗ, ଅତିରିକ୍ତ ମୁଖ୍ୟ ସଚିବ, ଏକ୍ସାଇଜ୍, ଗ୍ରୀଡକୋର ଚେୟାରମ୍ୟାନ୍ ତଥା ଓଡିଶା ଷ୍ଟେଟ୍ ପାନୀୟ ନିଗମର ଚେୟାରମ୍ୟାନ୍ ଭାବରେ ପୋଷ୍ଟ କରାଯାଇଥିଲା। ସେ ଓଡି଼ଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ ମଧ୍ଯ ତୁଲାଇଥିଲେ l

ଶୀବିଗ୍ରହଙ୍କୁ ଦିଆଯିବ ଦଶମୂଳ ମୋଦକ l

Image
ବ୍ୟୁରୋ ରିପୋର୍ଟ :- ଆଜି ଅଣସର ଦଶମୀ । ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ । ଜ୍ୱରରୁ ସମ୍ପୂର୍ଣ୍ଣ ଉପଷମ ପାଇଁ ଶ୍ରୀବୈଦ୍ୟଙ୍କ ଦ୍ୱାରା ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଦଶମୂଳ ମୋଦକ ଶୀବିଗ୍ରହଙ୍କୁ ପ୍ରଦାନ କରାଯିବ । ଦଶ ପ୍ରକାରର ବିଭିନ୍ନ ଚେରମୂଳିରେ ଦଶମୂଳାରିଷ୍ଟ ପ୍ରସ୍ତୁକ କରାଯାଇଛି । ସ୍ନାନ ପୂର୍ଣ୍ଣିମାରୁ ଅତ୍ୟଧିକ ଜ୍ୱରରେ ପୀଡିତ ହେବା ପରେ ଶ୍ରୀମନ୍ଦିର ଚନ୍ଦନ ଅର୍ଗଳ ନିକଟସ୍ଥ ଅଣସର ତାଟିରେ ଉଦ୍ଧାର ମଧ୍ୟରେ ଜାରି ରିହିଛି ଶୀବିଗ୍ରହ ଗୁପ୍ତ ସେବା । ଏହି ଅବସରରେ ପାରମ୍ପରିକ ଭାବେ ରାଜବୈଦ୍ୟଙ୍କ ଘରେ ବିଭିନ୍ନ ଚେରମୂଳି ମିଶାଇ ଏକ ଔଷଧ ପ୍ରସ୍ତୁତ କରାଯାଇଛି । ମାନ୍ୟତା ରହିଛି ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି କରାଗଲେ ସମ୍ପୁର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଆଜି ମଧ୍ୟାହ୍ନ ଧୂପ, ଭୋଗମଣ୍ତର ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାରା ଫିଟାଯାଇ ଅଣସର ନୀତି ହେବ । ଶ୍ରୀଜୀଉଙ୍କୁ ଚକା ଉପରକୁ ବିଜେ କରାଇବା ସହ ଚକଟା ଓ ପଣାଭୋଗ ଲାଗି କରାଯିବାର ମାନ୍ୟତା ରହିଛି । ତେବେ ଜ୍ୱରରେ ଖାଦ୍ୟ ରୁଚୁ ନଥିବାରୁ ଚକଟା ଓ ପଣା ଦିଆଯାଇଥାଏ ।