Posts

Showing posts with the label ମନୋରଞ୍ଜନ

"ଅପରାହ୍ନର ସୂର୍ଯ୍ୟ" ଆସନ୍ତା ୬ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ l

Image
ବ୍ୟୁରୋ ରିପୋର୍ଟ : - ଆସନ୍ତା ଗଣେଶ ପୂଜା ଅବସରରେ ଅନନ୍ୟା ପ୍ରଡ଼କସନ ର ଦ୍ଵିତୀୟ ଅବଦାନ ଅପରାହ୍ନର ସୂର୍ଯ୍ୟ ସ୍ତୁତି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବ l ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶକ, ନିର୍ମାତା ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ଅଛନ୍ତି l ଓଡିଶା ରୁ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଥିବା ମୁଣ୍ଡପୋତା କେଳା ଙ୍କ ଜୀବନ ଶୈଳୀ କୁ ଅତି ଚମତ୍କାର ଭାବରେ ଉପସ୍ଥାପନ କରିବାକୁ ଶ୍ରୀ ମହାନ୍ତି ବହୁ ପରିଶ୍ରମ କରିଛନ୍ତି l ତିନି ପିଢୀ ର କାହାଣୀ ଚଳଚ୍ଚିତ୍ର ରେ ବହୁତ ଜଣାଶୁଣା ଅଭିନେତା ତଥା ଅଭିନେତ୍ରୀ ମାନେ ସୁନ୍ଦର ତଥା ବାସ୍ତବ ଅଭିନୟ ସମସ୍ତଙ୍କୁ ମୁଗ୍ଧ କରିବ ବୋଲି ସଂସ୍ଥା ର ସମସ୍ତେ ଆଶା ରଖିଛନ୍ତି l ପ୍ରଥମ ଥର ପାଇଁ ଦର୍ଶକ ମୁଣ୍ଡ ପୋତା କେଳା ଭଳି ଏକ ମୌଳିକ ତଥା ନିଆରା ବିଷୟକୁ ବଡ଼ ପରଦାରେ ଦେଖିବାକୁ ପାଇବେ l ନିଜେ ନିର୍ମାତା, ନିର୍ଦ୍ଦେଶକ ଏହାର ଚିତ୍ରନାଟ୍ୟ ଓ କାହାଣୀ ପ୍ରସ୍ତୁତ କରିଛନ୍ତି l ଶ୍ରୀ ମହେନ୍ଦ୍ର ଆଚାର୍ଯ୍ୟ ଏହାର ସଙ୍ଗୀତ ଓ ଶ୍ରୀ ଅଜିତ ଦାସ କ୍ୟାମେରା ଦାୟିତ୍ୱ ରେ ଅଛନ୍ତି l ଏଥିରେ ଜୟା ସ୍ୱାମୀ, ପ୍ରମୋଦ ରାଉତ, କଳିଙ୍ଗ ଦାସ, ମୁନମୁନ ଖୁଣ୍ଟିଆ, ସୁସନ୍ଧ୍ୟା, ଜାନକୀ ନାଥ ମିଶ୍ର, ଅଜୟ ମହାନ୍ତି, ରାହୁଲ ବିନ୍ଧାଣୀ ପ୍ରମୁଖ ଅଭିନୟ କରିଛନ୍ତି l ଦର୍ଶକ ମାନେ ଏହାକୁ ଭରପୁର ଉପଭୋଗ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛନ୍ତି l

ଚା' କଣ, କେଉଁଠୁ ଆସିଲା ଜାଣନ୍ତୁ!

Image
ବ୍ୟୁରୋ ରିପୋର୍ଟ :- ଚା' ହେଉଛି ଏକ ସୁଗନ୍ଧିତ ପାନୀୟ, କାମେଲିଆ ସିନେସିସ୍ ର ଆରୋଗ୍ୟ କିମ୍ବା ସତେଜ ପତ୍ର ଉପରେ ଗରମ କିମ୍ବା ଫୁଟୁଥିବା ପାଣି ଢ଼ାଳିବା ଦ୍ୱାରା ପ୍ରସ୍ତୁତ ହୋଇଥାଏ l ପୂର୍ବ ଏସିଆର ଏକ ଚିର ସବୁଜ ଶାଳ ଯାହା ବୋଧହୁଏ ଦକ୍ଷିଣ-ପଶ୍ଚିମ ଚୀନ୍ ଏବଂ ଉତ୍ତର ମିଆଁମାରର ସୀମାନ୍ତରେ ଉତ୍ପନ୍ନ ହୋଇଥିଲା | ଚା' ମଧ୍ୟ କାମେଲିଆ ଟାଲିଏନସିସ୍ ପତ୍ରରୁ ତିଆରି ହୁଏ, ସାଧା ପାଣି ପରେ ଚା ହେଉଛି ଦୁନିଆର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ପାନୀୟ | ଦେଖିବାକୁ ଗଲେ ବିଭିନ୍ନ ପ୍ରକାରର ଚା ଅଛି;କେତେକଙ୍କର ଥଣ୍ଡା, ସାମାନ୍ୟ ତିକ୍ତ ଏବଂ ଜ୍ୟୋତିଷ ସ୍ୱାଦ ଅଛି l ମଣିଷର ଚା ’ଏକ ଉତ୍ତେଜକ ପ୍ରଭାବ ପକାଇଥାଏ, ମୁଖ୍ୟତ ଏହାର କ୍ୟାଫେନ୍ ପରିମାଣ ଯୋଗୁଁ |  ଚା ’ପିଇବାର ଏକ ବିଶ୍ୱସନୀୟ ରେକର୍ଡ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ, ଚାଇନାର ଚିକିତ୍ସକ ହୁଆ ଟୁଓଙ୍କ ଦ୍ୱାରା ଲିଖିତ ଏକ ଡାକ୍ତରୀ ପାଠ୍ୟରେ ହୋଇଥିଲା। ଏହା ଚାଇନାର ଟାଙ୍ଗ ରାଜବଂଶ ସମୟରେ ଏକ ମନୋରଞ୍ଜନକାରୀ ପାନୀୟ ଭାବରେ ଲୋକପ୍ରିୟ ହୋଇଥିଲା ଏବଂ ଚା' ପିଇବା ପରେ ଅନ୍ୟ ପୂର୍ବ ଏସୀୟ ଦେଶମାନଙ୍କରେ ବ୍ୟାପିଗଲା | ପର୍ତ୍ତୁଗୀଜ୍ ପୁରୋହିତ ଏବଂ ବ୍ୟବସାୟୀମାନେ ଏହାକୁ ଷୋଡଶ ଶତାବ୍ଦୀରେ ୟୁରୋପରେ ପରିଚିତ କରାଇଲେ l ୧୭ଶ ଶତାବ୍ଦୀରେ ବ୍ରିଟିଶ ଭାରତରେ ବହୁ ପରିମାଣରେ ଚା ଲଗାଇବା ଆରମ୍ଭ କରିଥିବା ଇଂରାଜୀମାନଙ୍କ ମଧ୍ୟରେ ଚା

ଆସିଗଲା ପାର୍ବଣ ରୁତୁ, ଆରମ୍ଭ ହୋଇଛି ଖୁଦୁରୁକୁଣି ଓଷା l

Image
(ବ୍ୟୁରୋ ରିପୋର୍ଟ) :- ଓଡ଼ିଶାରେ ବାର ମାସରେ ତେର ପର୍ବ।ହିନ୍ଦୁ ଧର୍ମର ପ୍ରତ୍ୟେକଙ୍କ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା କରାଯାଇଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବ ମାସର ପ୍ରତି ରବିବାରେ ଜଗତ ଜନନୀ ମା’, ମଙ୍ଗଳାଙ୍କୁ ଆରାଧନା କରନ୍ତି। ଖୁଦରକୁଣୀ ଓଷା ପାଇଁ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇଉଠେ ପୁରପଲ୍ଲୀ। କୁମାରୀମାନେ ଖୁଦରକୁଣୀ ଓଷାକୁ ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତି। ବହୁତ ଭକ୍ତିଭାବର ସହ ଏ ପୂଜା କରାଯାଇଥାଏ।ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା’ ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି। ମଙ୍ଗଳାଙ୍କର ବିଗ୍ରହକୁ ଏଥିରେ ପୂଜାର୍ଚ୍ଚନା କରାଯାଇଥାଏ। ବଢ଼ି ଭୋରରୁ କୁମାରୀ ଝିଅମାନେ ସାଙ୍ଗ ହୋଇ ନଦୀକୁ ସ୍ନାନ ପାଇଁ ଯାଆନ୍ତି। ସେଠାରେ ସ୍ନାନାଦି ନିତ୍ୟକର୍ମ ସାରି ବାଲୁକା ସ୍ଥାପନ କରି ନିଜ ଭାଇମାନଙ୍କ ମଙ୍ଗଳ କାମନା କରି ଆରାଧନା କରିଥାଆନ୍ତି। ପରେ ଯେଝା ଘରକୁ ଯେ ଲେଉଟି ଆସିଥାନ୍ତି। ପରେ ମଙ୍ଗଳାଙ୍କର ବିଗ୍ରହ ନିକଟରେ ରଙ୍ଗ ବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ। ଫୁଲରେ ତୋରଣ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାସଜାରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ । ପୂଜା ବେଳେ ଝିଅମାନେ ଗୀତ ବୋଲିଥାନ୍ତି। ଏଥିରେ ଝିଅମାନେ ତଅପୋଇ ଗ