Posts

Showing posts from February 16, 2020

ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ସୁକିନ୍ଦା, ଖରଡ଼ି, ଯାଜପୁର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର - ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ଗ୍ରାମ ପଞ୍ଚାୟତ ରେ ମହାସମାରୋହରେ ପାଳିତ ହେଉଛି ବାବା ଶ୍ରୀ ଶ୍ରୀ ସିଦ୍ଧେଶ୍ବର ବାବାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ l ଏହି ଅବସରରେ ଚଳିତ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଇଂରାଜୀ ଫେବୃଆରୀ ମାସ ୧୨ ତାରିଖରେ ଅଙ୍କୁରାରୋପଣ ଓ ୧୪ ତାରିଖ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପର୍ଯ୍ୟାୟକ୍ରମେ ପୂଜା ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି, ବାବାଙ୍କ ମହାତ୍ମା ରେ ଆଖ ପାଖ ଅଞ୍ଚଳରୁ ଶହ ଶହ ସଂଖ୍ଯାରେ ଭକ୍ତ ଏହି ପୂଣ୍ୟ କାର୍ଯ୍ୟ ରେ ଯୋଗଦାନ କରିବା ସହିତ ଯଥା ସାମର୍ଥ୍ୟ ବାବା ସିଦ୍ଧେଶ୍ବର ମନ୍ଦିର ପାଇଁ ସାହାଯ୍ୟ ସହୋଯାଗ କରୁଛନ୍ତି l ଖରଡ଼ି ଗ୍ରାମର ବାବା ସିଦ୍ଧେଶ୍ଵର ମନ୍ଦିର କମିଟିର ସମସ୍ତ ସଦସ୍ୟ ବୃନ୍ଦ ଏହି କର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରୁଛନ୍ତି l ପ୍ରତ୍ୟେକ ଦିନ ଶହ ଶହ ସଂଖ୍ଯାରେ ଭକ୍ତ ଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଉଛି l ଏହି କର୍ଯ୍ୟକ୍ରମ ଚଳିତ ମାସ ୧୮ ତାରିଖରେ ସମାପନ ହେବ ବୋଲି ମନ୍ଦିର ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜନସାଧାରଣ ଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ , ପ୍ରବଚନ, ଭଜନ ପରିବେଷଣ କରାଯାଉଛି l ଏହିଭଳି ଧ