Posts

Showing posts from March 15, 2024

କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲରେ ବିଶ୍ବ କିଡ୍‌ନୀ ଦିବସ ପାଳିତ l

Image
ଯାଜପୁର (କଳିଙ୍ଗନଗର) : - ବିଶ୍ୱ କିଡ୍‌ନୀ ଦିବସ ଅବସରରେ କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲରେ କିଡନି ଚିକିତ୍ସା ସମ୍ପର୍କରେ ଏକ ସଚେତନତା ଅଧିବେଶନ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । କିଡନୀ ରୋଗ ପ୍ରତିରୋଧ, ବିପଦ ଏବଂ ଉପଲବ୍ଧ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସଚେତନତା ଅଧୂବେଶନରେ ଡାଏଲିସିସ୍ ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୬୦ ଜଣ ଅଂଶଗ୍ରହଣ କରିଥିଲେ । କିଡ୍‌ନୀର ସ୍ଵାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ଅଧୂବେଶନରେ ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଗୋପାଳ ଚରଣ ଦାସ, ମେଡିକାଲ ଅଧୀକ୍ଷକ ତଥା ଜେନେରାଲ୍ ଓ ଜିଆଇ ସର୍ଜରୀ ବିଭାଗର ଡାକ୍ତର ସୁଧାଂଶୁ ଶେଖର ସୁତାର, ଜରୁରୀକାଳୀନ ଓ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ସ୍ମୃତିରଞ୍ଜନ ମୁଦୁଲି ଓ ବରିଷ୍ଠ ଚିକିତ୍ସାଧୁକାରୀ ଡାକ୍ତର ଦେବାଶିଷ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହାବ୍ୟତୀତ ଟିଏସ୍ ମେଡିକାର ଫିଜିଓଥେରାପିଷ୍ଟ ପ୍ରୀତିଚନ୍ଦା ଏବଂ ଟିଏସ୍ ମେଡିକାର ଡାଏଟିସିଆନ୍ ରୁୱାନା ମଧ୍ୟ ଅଂଶଗ୍ରହଣକାରୀଙ୍କୁ ବ୍ୟବହାରିକ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।