Posts

Showing posts from December 17, 2022

ବୁଦ୍ଧରାଜ ସରକାରୀ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ l (ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ତତ୍ପର - ମନ୍ତ୍ରୀ ସମୀର ରଞ୍ଜନ)

Image
(ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ତତ୍ପର - ମନ୍ତ୍ରୀ ସମୀର ରଞ୍ଜନ)  ଯାଜପୁର ( ଦାନଗଦୀ ) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ବହୁ ପୂରାତନ ଶିକ୍ଷାନୁଷ୍ଠାନ ବୁଦ୍ଧରାଜ ବିଦ୍ୟାପୀଠ ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିଲା l ବହୁ ବାଧାବିଘ୍ନ ଭିତର ଶିକ୍ଷାନୁଷ୍ଠାନ ଟି ଆଜି ୫୦ ବର୍ଷ ରେ ପଦାର୍ପଣ କରିଛି l ଏହା ଭିତରେ ଅନେକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଦୁନିଆରେ ବିଭିନ୍ନ ପଦପଦବୀରେ ସ୍ଥାପିତ କରିଛି l ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସୁଶିକ୍ଷା ରେ ଗଢ଼ିଉଠିଥିବା ପୂରାତନ ଛାତ୍ରଛାତ୍ରୀ ମାନେ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ପାଳନ କରୁଛନ୍ତି l ଏହି ଅବସରରେ ମୁଖ୍ୟଅତିଥି ଭାବେ ମାନ୍ୟବର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ,ଓଡିଶା ସରକାର , ମୁଖ୍ୟ ବକ୍ତାଭାବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ -ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧ୍ୟାକାରୀ - ଶ୍ରୀଯୁକ୍ତ ଶଶୀଧର ସିଂ ଏବଂ ଉଦଘାଟକ-ମାନ୍ୟବର ଦକ୍ଷତା ବିକାଶ ,ବୈଷୟିକ ଶିକ୍ଷା ଓ ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତଇଂ.ପ୍ରୀତିରଞ୍ଜନ ଘଡ଼ାଇ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରାରମ୍ଭିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ବିବରଣୀ ପାଠ କରିଥିଲେ...