ବୁଦ୍ଧରାଜ ସରକାରୀ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ l (ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ତତ୍ପର - ମନ୍ତ୍ରୀ ସମୀର ରଞ୍ଜନ)

(ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ତତ୍ପର - ମନ୍ତ୍ରୀ ସମୀର ରଞ୍ଜନ) 
ଯାଜପୁର ( ଦାନଗଦୀ ) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ବହୁ ପୂରାତନ ଶିକ୍ଷାନୁଷ୍ଠାନ ବୁଦ୍ଧରାଜ ବିଦ୍ୟାପୀଠ ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିଲା l ବହୁ ବାଧାବିଘ୍ନ ଭିତର ଶିକ୍ଷାନୁଷ୍ଠାନ ଟି ଆଜି ୫୦ ବର୍ଷ ରେ ପଦାର୍ପଣ କରିଛି l ଏହା ଭିତରେ ଅନେକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଦୁନିଆରେ ବିଭିନ୍ନ ପଦପଦବୀରେ ସ୍ଥାପିତ କରିଛି l ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସୁଶିକ୍ଷା ରେ ଗଢ଼ିଉଠିଥିବା ପୂରାତନ ଛାତ୍ରଛାତ୍ରୀ ମାନେ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ପାଳନ କରୁଛନ୍ତି l ଏହି ଅବସରରେ ମୁଖ୍ୟଅତିଥି ଭାବେ ମାନ୍ୟବର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ,ଓଡିଶା ସରକାର , ମୁଖ୍ୟ ବକ୍ତାଭାବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ -ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧ୍ୟାକାରୀ - ଶ୍ରୀଯୁକ୍ତ ଶଶୀଧର ସିଂ ଏବଂ ଉଦଘାଟକ-ମାନ୍ୟବର ଦକ୍ଷତା ବିକାଶ ,ବୈଷୟିକ ଶିକ୍ଷା ଓ ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତଇଂ.ପ୍ରୀତିରଞ୍ଜନ ଘଡ଼ାଇ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରାରମ୍ଭିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ବିବରଣୀ ପାଠ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ଗଣନାଥ ମହାରଣା, ପୁରାତନ ଛାତ୍ର ସଂସଦ, ସଭାପତି ଶ୍ରୀଯୁକ୍ତ ଲୋକନାଥ ଧୀର ଙ୍କ ଆବହନ ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ପୁରାତନ ଛାତ୍ର ଆଝାର ଅହମଦ ଖାଁ I ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସ୍ଥାନୀୟ ଅଭିଭାବକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ମୁଖପତ୍ର “କଳିଙ୍ଗଶ୍ରୀ” ଉନ୍ମୋଚନ କରାଯାଇଥିଲା l ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l 
 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !