Posts

Showing posts from December 6, 2021

ପ୍ରଶାସନ ଶୁଣିଲାନି, ପୂର୍ବ ନିଷ୍ପତ୍ତି ଅନୁଯାୟୀ ରାସ୍ତା ନିର୍ମାଣ କଲେ ଅଞ୍ଚଳବାସୀ ।

Image
ବଲାଙ୍ଗୀର :- ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା:ପ:ଅନ୍ତର୍ଗତ ନିଲିଯିବାହାଲ ଠାରୁ ବେଳପଡା ବ୍ଲକ ବୁଦାମୁଣ୍ଡା ପର୍ଯ୍ୟନ୍ତ ୧ କିମି ରାସ୍ତା କୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ରାସ୍ତା ନିର୍ମାଣ କରାଗଲା । ଏହି ମହତ କାର୍ଯ୍ୟରେ ଅଞ୍ଚଳ ର ବଦାନ୍ୟ ବ୍ୟକ୍ତି ଓ ଜନସାଧାରଣ ଙ୍କ ସାହାଯ୍ୟ ସହଯୋଗ ତଥା ଆର୍ଥିକ, ମାନସିକ, ଶାରୀରିକ ,ଅନ୍ନ ଭୋଜନ ର ସାହାଯ୍ୟ ରହିଛି । ଏହି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଲୋକ, ଛାତ୍ରଛାତ୍ରୀ, ରୋଗୀ, ବେପାରୀ ଯାତାୟାତ କରିଥାନ୍ତି ।  ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଅଧିକାରୀ, ବ୍ଲକ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ରାଜନେତା ଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରି କିଛି ଲାଭ ନ ମିଳିବାରୁ ଶେଷରେ ଅଞ୍ଚଳବାସୀ ରାସ୍ତା ନିର୍ମାଣ କରିଛନ୍ତି ।

କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଷୋହଳ ତମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ l

Image
ବଲାଙ୍ଗୀର :-ଟିଟିଲାଗଡ଼ ସ୍ଥିତ ଆଦିବାସୀ ଭବନ ଠାରେ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କୁ ୧୫ତମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି l କରୋନା ମହାମାରୀ ଜନିତ କଟକଣା ସମୟ ରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ କିସ କିଟ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କିସ ର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା,ଗୁଣାତ୍ମକ ଶିକ୍ଷା,ଅନ ଲାଇନ ଶିକ୍ଷା ବ୍ୟବସ୍ଥା କୁ ଅନବରତ ଜାରି ରଖିବା କାର୍ଯ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି l କରୋନା କଟକଣା ପରିସ୍ଥିତି ରେ କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ ମାଗଣା ଶିକ୍ଷା ଦାନ ପାଇଁ କିସ ତରଫରୁ ଅନ ଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି lକିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଅବଦାନ ଫଳରେ ୧୫ତମ ପର୍ଯ୍ୟାୟ ତଥା ୨୦୨୧ ଚଳିତ ନୂତନ ଶିକ୍ଷା ବର୍ଷ ର ତୃତୀୟ ପର୍ଯ୍ୟାୟ ରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଆଦି ସମସ୍ତ ବ୍ଲକ ରେ ବଣ୍ଟନ କରାଯାଇଛି l ଆଜି ବଲାଙ୍ଗିର ଜିଲ୍ଲାର ଚଉଦ ଗୋଟି  କର୍ମକର୍ତ୍ତା ମାନେ ପାଠ୍ୟ ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଇତ୍ୟାଦି ବଣ୍ଟନ