Posts

Showing posts from May 28, 2023

ସ୍ଥାନୀୟ ନିଯୁକ୍ତି ରେ ବ୍ୟତିକ୍ରମ ହୋଇଥିବା ନେଇ, ସୁକିନ୍ଦା ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

Image
କଳିଙ୍ଗନଗର :- ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ଏକାଧିକ ଶିଳ୍ପରେ ସ୍ଥାନୀୟ ଓଡିଆ ବେକାର ଯୁବକ ଓ ଯୁବତୀ ମାନଙ୍କର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ଦୁଃଖଦ ଓ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି ହୋଇଥିବାର ଦୃଷ୍ଟିକୁ ଆସିଛି । ପୂର୍ବରୁ ସମସ୍ତ ଶିଳ୍ପର ମାଲିକ ମାନେ ସ୍ଥାନୀୟ ଓଡିଆ ବେକାର ଯୁବକ ଓ ଯୁବତୀ ମାନଙ୍କର ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୁର୍ଣ ରୂପେ ଉପେକ୍ଷା କରି ବାହାର ରାଜ୍ୟର ଅଣ ଓଡିଆ ଯୁବକ ଓ ଯୁବତୀ ମାନଙ୍କୁ ବ୍ୟାପକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଲୋକଲୋଚନକୁ ଆସିବାରେ ଲାଗିଛି । ଯାହାକୁ ସୁକିନ୍ଦା ଯୁବ କଂଗ୍ରେସ୍ ଦୃଢ ବିରୋଧ କରୁଛି । ଏହି ନିକଟରେ ଗତ ତା.୨୧,୦୫, ୨୦୨୩ ରିଖରେ ଜିନ୍ଦଲ କମ୍ପାନିର ନିଯୁକ୍ତି ପ୍ରକ୍ରିୟା ସୁଦୁର କଲିକତା ଠାରେ ଲୁଚାଣିଆ ଓ ଗୁପ୍ତ ଭାବରେ କରୁଥିବା ବେଳେ ସୁକିନ୍ଦାର ସ୍ଥାନୀୟ ଓଡିଆ ଯୁବକ ଓ ଯୁବତୀ ମାନଙ୍କର ଆବେଦନ ପତ୍ରକୁ ବାହାର ଗୁଣ୍ଡା ମାନଙ୍କ ଦ୍ଵାରା ଚିରିବା ଓ ମାଡ ମାରିବା ସହିତ ପରିକ୍ଷା ଦେବାରୁ ବଂଚିତ କରିଥିବାର ଅଭିଯୋଗମାନ ପ୍ରକାଶ ପାଇଛି । ବିଭିନ୍ନ ସୂତ୍ରରୁ ଜଣାଯାଇଛି ଯେ ମୋଟ ୭୦୦ ରୁ ଉର୍ଦ୍ଧ୍ୱ ନିଯୁକ୍ତିରୁ ମାତ୍ର ୧୨ ଜଣ ଓଡିଆ ଅଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଯାହାକୁ ସୁକିନ୍ଦା ଯୁବ କଂଗ୍ରେସ୍ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ