Posts

Showing posts from May 14, 2024

ସୋସିଆଲ ମିଡ଼ିଆ ରେ ଅପପ୍ରଚାର ନେଇ ମୁହଁ ଖୋଲିଲେ ବିଶିଷ୍ଠ ବସ୍ତୁବାଦୀ ଓ ଜ୍ୟୋତିର୍ବିଦ୍ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଓଡ଼ିଶାର ବିଶିଷ୍ଟ ବାସ୍ତୁବିତ ତଥା ଜ୍ୟୋର୍ତିବିଦ୍ ଗଗନ ବିହାରୀ ଦାସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଭିଡିଓ ବାବଦରେ ଶ୍ରୀଯୁକ୍ତ ଦାସ ନିଜେ ଅବଗତ ନ ଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ କେହି ତାଙ୍କ ଅଗୋଚରରେ ତାଙ୍କ ନିଜ ଘରକୁ ଆସି ଲୁଚାଣିଆ ଭିଡିଓ କରି ଏହାକୁ ଅପଭ୍ରଂଶ ଭାବେ ସଂପାଦିତ (ଏଡିଟିଂ) କରି ସୋସିଆଲ ମିଡିଆରେ ପକାଇ ତାଙ୍କୁ ଅଯଥା ବଦନାମ କରିବାର ଚକ୍ରାନ୍ତ କରିଛନ୍ତି ବୋଲି ସେ ନିଜ ପ୍ରତିକ୍ରିଆରେ କହିଛନ୍ତି । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ଦାସ ଏକମାତ୍ର ଝିଅର ବିବାହ ପରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅର୍ନ୍ତଗତ ଦରକୁଣ୍ଡି ଗ୍ରାମରେ ବସବାସ କରନ୍ତି । ଜଣେ ବରିଷ୍ଠ ନାଗରିକ ଏବଂ ଅଂଚଳର ଜଣେ ମୁରବି ଭାବରେ ସେ ପରିଚିତ । ଓଡିଶାର ବିଭିନ୍ନ ପ୍ରାନ୍ତରରେ ତାଙ୍କର ଅଗଣିତ ପ୍ରଂଶସକ ଅଛନ୍ତି । ଜଣେ ସଫଳ ବାସ୍ତୁବିଦ୍ ହିସାବରେ ଅନେକଙ୍କୁ ଉଚିତ ମାର୍ଗରେ ଦିଗ୍‌ଦର୍ଶନ ଦେଇ ସଫଳ କରାଇଥିବାରୁ ତାଙ୍କ ପ୍ରତି ସମ୍ମାନ ବେଶ ଭଲ ରହିଛି । କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ୦୯ଟି ପଂଚାୟତରେ ତାଙ୍କର ପ୍ରଭାବ ଭଲ ରହିଛି । କିନ୍ତୁ ଫୁଙ୍ଗୁଳା ଦେହରେ ଅପ୍ରସ୍ତୁତ ଭାବେ ଭିଡିଓ କରି ଭିଡିଓ ଟିକୁ ଏଡିଟିଂ କରି ତାଙ୍କୁ ଏକ ଦଳ ବିରୋଧରେ କହୁଥିବାର ବାର୍ତ୍ତା ପ୍ରଚାର କରାଇ ...