ରାଜନୈତିକ ଆକ୍ରୋଶ ର ଶିକାର ହୋଇ ଆବାସ ଯୋଜନା ରୁ ଯୋଗ୍ୟ ହିତାଧିକାରୀ ବାଦ୍ l

RITA VISION NEWS By Umakanta Mohapatra (ସରକାରୀ କର୍ମଚାରୀ ଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି) ଯାଜପୁର (କଳିଙ୍ଗନଗର ) :- ରାଜନୈତିକ ଆକ୍ରୋଶର ଶିକାର ହୋଇ ବାଦ୍ ପଡ଼ିଲେ ଯୋଗ୍ୟ ଆବାସ ହିତାଧିକାରୀ ଆବାସ ଯୋଜନା ରେ ସ୍ୱଚ୍ଛତା ନେଇ ସରକାର ଅନେକ ପଦକ୍ଷେପ ନେଇଥିବା କହୁଛନ୍ତି।ଆବାସ ଯୋଜନାକୁ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟଣା ଓଟରା ହୋଇ ରାଜ୍ୟରେ ଉଷ୍ମତା ଲାଗିରହିଥିବା ବେଳେ ଦାନଗଦୀ ବ୍ଲକ୍ ଅଧୀନସ୍ଥ ମନତୀରା ପଞ୍ଚାୟତ ରାବଣା ଗ୍ରାମରେ ସେମିତି ଜଣେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡିଛନ୍ତି।ଯାହାକୁ ନେଇ ସେ ବାର ଦୁଆର ସୁଣ୍ଢି ପିଣ୍ଢା ହେଉଛନ୍ତି । ରାବଣା ଗ୍ରାମର ଅଭିମନ୍ୟୁ ନାଥ।ସେ ଜଣେ ଦିନ ଦୁଃଖୀ। ରହିବା ପାଇଁ ଘର ଖଣ୍ଡେ ନାହିଁ।ରହୁଥିବା ଘରର ଚାଳ ଛିଡି ପଡୁଛି।ସେ ଜଣେ ମଧ୍ୟ ସାମାନ୍ୟ ମାନସିକ ଭାରାକ୍ରାନ୍ତ ବ୍ୟକ୍ତି।ତିନି ତିନୋଟି ଝିଅ, ସବା ସାନ ଝିଅଟି ଜନ୍ମରୁ ବିକଳାଙ୍ଗ।ଏହା ସତ୍ତ୍ୱେ ତାଙ୍କ ଉପରେ ନିଜକୁ ନେତା ବୋଲାଉଥିବା ରାବଣା ଗ୍ରାମର ତଥାକଥିତ ନେତା ବୋଲାଉଥିବା ମନୋଜ କୁମାର ବେହେରା ରାଜନୀତି ର ଆକ୍ରୋଶ ରେ ତାଙ୍କର ଆବାସ ଯୋଜନା ଟିକୁ କାଟିଦେଇଛନ୍ତି ବୋଲି ଅଭିମନ୍ୟୁ ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ପଞ୍ଚାୟତ ନିର୍ବାଚନ ବେଳେ ସେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି ବୋଲି ଆବାସ ଯୋଜନାର ତାଲିକାରୁ ତାଙ୍କ ନାମ ...