Posts

Showing posts from February 28, 2023

ମିଶ୍ରିଲାଲ୍ କମ୍ପାନୀ ର ସମ୍ପ୍ରସାରଣ କାର୍ଯ୍ୟ ନେଇ ହୋଇଥିବା ଜନଶୁଣାଣି କୁ ବିରୋଧ l

Image
RITA VISION NEWS By Umakanta Mohapatra          (ସପକ୍ଷବାଦୀ ସାଜିଲେ କମ୍ପାନୀର କର୍ମଚାରୀ)   ଯାଜପୁର ( କଳିଙ୍ଗନଗର ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅବସ୍ଥିତ ମିଶ୍ରିଲାଲ୍ କମ୍ପାନୀର ସମ୍ପ୍ରସାରିତ ସିଓବି ପ୍ଲାଣ୍ଟ ପାଇଁ ହୋଇଯାଇଥିବା ଜନଶୁଣାଣି କୁ ସ୍ଥାନୀୟ ପଙ୍କପାଳ ଗ୍ରାମପଞ୍ଚାୟତ ସମସ୍ତ ଜନସାଧାରଣ ବିରୋଧ କରିଥିଲେ l ଏଠାରେ ଦେଖିବାକୁ ମିଳିଲା ଯେ, ଏକ ଚଳ୍ରବ୍ୟୁହରେ କମ୍ପାନୀର କର୍ମଚାରୀ ମାନେ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଆଗରେ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ l ହେଲେ ସାଧାରଣ ଲୋକଙ୍କ ଅଭିଯୋଗ ହୋଇଛି ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନଙ୍କ କୌଣସି ଅଭିଯୋଗ ନାହିଁ କିନ୍ତୁ କମ୍ପାନୀ କତୃପକ୍ଷ ସାଧାରଣ ନିୟମ ପାଳନ କରୁନାହଁ ତେଣୁ ଏହାକୁ ନେଇ ସାଧାରଣରେ ତୀବ୍ର ବିରୋଧ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ପ୍ରୟୋଜିତ ଏହି ଜନଶୁଣାଣି ରେ କମ୍ପାନୀ ପକ୍ଷରୁ କେତେଜଣ ନାରୀ ନେତ୍ରୀ ଓ ଲୋକଙ୍କୁ ପ୍ରଭାବିତ କରାଇ କମ୍ପାନୀ ସପକ୍ଷରେ କହିବାକୁ ପ୍ରବର୍ତ୍ତାଇଥିଲେ l ପ୍ରକୃତ ପକ୍ଷେ ଜନସାଧାରଣ ଙ୍କ ମୌଳିକ ଅଧିକାର କୁ ଗୁରୁତ୍ଵ ନ ଦେଇ ନିଜର ସ୍ୱାର୍ଥ ପାଇଁ କମ୍ପାନୀ ସପକ୍ଷରେ ମତ ପ୍ରକାଶ କରିଥିବା ସାଧାରଣରେ ଭ୍ରମ ସୃଷ୍ଟି କରିଛି l ଲୋକମାନେ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ୍ କମ୍ପାନୀ ବିଗତ ଦିନରେ ଦେଇଥିବା ପ୍ରତିଶ୍ରୁତି କୁ ଏପର୍ଯ୍ୟନ...