ଗଣେଶ ସ୍ପୋଟିଙ୍ଗ କ୍ଲବ ପକ୍ଷରୁ ୧୨ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l...

ଯାଜପୁର /ସୁକିନ୍ଦା - ଆଜି ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମପଞ୍ଚାୟତ ର ନୂଆଡିହ ଠାରେ ୧୨ତମ ଗଣେଶ ସ୍ପୋଟିଂ କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ ରେ ଗଣେଶ ସ୍ପୋଟିଂ ନୂଆଡିହ ଓ ସ୍ପୋର୍ଡସ୍ କ୍ଲବ ଦାମୋଦରପୁର ମଧ୍ୟରେ ଖେଳିଯାଇଥିଲା। ପ୍ରଥମେ ଟସ୍ ଜିତି ଦାମୋଦର ପୁର ବ୍ୟାଟିଙ୍ଗ୍ କରିଥିଲା। ୧୫ଓଭର ବିଶିଷ୍ଟ ମ୍ୟାଚ୍ ରେ ୭ ୱିକେଟ ହରେଇ ୧୬୫ ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ ନେଇ ନୂଆଡିହ ୮ ଓଭରରେ ଅଲ୍ ଆଉଟ୍ ହୋଇ ୪୯ ରନ୍ କରି ପରାଜୟ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପିମ୍ପୁଡିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ମନୋରମା ନାୟକ ଓ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ବାରିକ ଅତିଥି ଭାବରେ ଯୋଗଦେଇ ଉଭୟ ଦୁଇ ଦଳକୁ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ବନାଥ ନାୟକ, କୁଳମଣି ନାୟକ, ପବିତ୍ର ବେହେରା, ପ୍ରଶନ୍ନ ନାୟକ, ସଞ୍ଜୟ ନାୟକ, ରାଜିବ ନାୟକ, ପପୁନି ଦାସ୍, ସାନ୍ତନୁ ନାୟକ ପ୍ରମୁଖ ଆୟୋଜନ କରିଥିଲେ।