Posts

Showing posts from February 16, 2022

ଭାରତ -ପାକିସ୍ଥାନ ଯୁଦ୍ଧର ବିଜୟ ସ୍ମାରକୀ- ଟି 55ଟାଙ୍କ (କମାଣ) ସୁକିନ୍ଦା କଲେଜରେ ପହଞ୍ଚିଲା l

Image
  ଯାଜପୁର (ସୁକିନ୍ଦା):- ଗୌରବ ରଚିଲା ସୁକିନ୍ଦା, ଗତ ୧୯୭୧ ମସିହା ଭାରତ -ପାକିସ୍ଥାନ ଯୁଦ୍ଧରେ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରୁଷ ନିର୍ମିତ ଟି 55 ଟାଙ୍କ (କମାଣ) ମଧ୍ୟରୁ ଗୋଟିଏ ଟାଙ୍କ ଏହି ଯୁଦ୍ଧର 50ବର୍ଷ ପୂର୍ତ୍ତୀର ବିଜୟ ସ୍ମାରକୀ ରୂପେ ପୁନେସ୍ଥିତ ଆର୍ମି ମୁଖ୍ୟାଳୟରୁ ଏକ ଟ୍ରଲର ଯୋଗେ ଆସି ସୁକିନ୍ଦା କଲେଜ ପରିସରରେ ବୁଧବାର ପହଞ୍ଚିଛି l   କଲେଜର ଛାତ୍ର ଛାତ୍ରୀ ଓ ଜନସାଧାରଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିବା ସହ ଦେଶମାତୃକାର ସେବା କରିବା ପାଇଁ ଏହା ପ୍ରେରଣା ଯୋଗାଇବ l ଟାଙ୍କରଟି କଲେଜ ମୁଖ୍ୟ ଫାଟକ ନିକଟରେ ପହଞ୍ଚିବା ପରେ କଲେଜ ଏନସିସି, ସ୍କାଉଟ ଓ ଗାଇଡ଼, ଏନଏସଏସ ବାହିନୀର ଛାତ୍ରଛାତ୍ରୀମାନେ ବନ୍ଦେ ମାତରମ, ଭାରତ ମାତାକି ଜୟ ଆଦି ଧ୍ୱନିଦେଇ ତାହାକୁ କଲେଜ ପରିସରକୁ ପାଛୋଟି ନେଇଥିଲେ l  କଲେଜ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ, ପୂର୍ବତନ ଅଧ୍ୟକ୍ଷ ଦୋକ ଗୋବିନ୍ଦ ବଳ, ଦେବେନ୍ଦ୍ର ନାଥ ଚକ୍ର, ଜଗନ୍ନାଥ ମହାନ୍ତି, ଦୁର୍ଯ୍ୟୋଧନ ବେହେରା, କୃଷ୍ଣ ବଲ୍ଲଭ ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀବୃନ୍ଦକଲେଜ ଫାଟକଠାରେ ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ l  ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଓ ଆୟୁଧ ନିର୍ଦ୍ଦେଶlଳୟ ଅଧିନସ୍ଥ ସୁରକ୍ଷା ମ