ସୁକିନ୍ଦା ନିର୍ବାଚନମଣ୍ଡଳୀରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ।

ଯାଜପୁର(ବ୍ୟୁରୋ ରିପୋର୍ଟ) : - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ କିରୋସିନିର ଅହେତୁକ ଦରବୃଦ୍ଧି, କଳା କୃଷି ଆଇନ ଓ ଆଇନଶୃଙ୍ଖଳାର ଅବନତି ବିରୁଦ୍ଧରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଓ ସୁକିନ୍ଦା ବ୍ଲକର ବିଭିନ୍ନ ସ୍ଥାନରେ ୬ଘଣ୍ଟିଆ ବନ୍ଦପାଳନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା l ଦାନଗଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମିଲିଟାରୀ ଛକଠାରେ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଡ଼ୁବୁରି ଛକ, ସୁକିନ୍ଦା ଡ଼ାକବଙ୍ଗଳା ଛକ ଠାରେ କଂଗ୍ରେସ କର୍ମୀମାନେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାସ୍ତାରୋକ କରିବା ଫଳରେ ୫୩ନମ୍ବର ଜାତୀୟ ରାଜପଥ,୨୬ନମ୍ବର ରାଜ୍ୟ ରାଜପଥ ଓ ୫(କ) ଏକ୍ସପ୍ରେସ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା l ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା l କଂଗ୍ରେସ କର୍ମୀଙ୍କ ପିକେଟିଙ୍ଗ ଦୃଷ୍ଟିରୁ ବିଭିନ୍ନ ସ୍ଥାନର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ଆଦି ବନ୍ଦ ରହିଥିଲା l ଜନ ଗହଳିପୁର୍ଣ ଡ଼ୁବୁରି ଛକ ସମ୍ପୂର୍ଣ ଶୂନଶାନ ହୋଇଯାଇଥିଲା l ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଦାନଗଦୀ, ଡ଼ୁବୁରି, ସୁକିନ୍ଦାଗଡର ଆନ୍ଦୋଳନ ସ୍ଥଳରେ...