ସୁକିନ୍ଦା ନିର୍ବାଚନମଣ୍ଡଳୀରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ।

 ଯାଜପୁର(ବ୍ୟୁରୋ ରିପୋର୍ଟ) : - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ କିରୋସିନିର ଅହେତୁକ ଦରବୃଦ୍ଧି, କଳା କୃଷି ଆଇନ ଓ ଆଇନଶୃଙ୍ଖଳାର ଅବନତି ବିରୁଦ୍ଧରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଓ ସୁକିନ୍ଦା ବ୍ଲକର ବିଭିନ୍ନ ସ୍ଥାନରେ ୬ଘଣ୍ଟିଆ ବନ୍ଦପାଳନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା l ଦାନଗଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମିଲିଟାରୀ ଛକଠାରେ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଡ଼ୁବୁରି ଛକ, ସୁକିନ୍ଦା ଡ଼ାକବଙ୍ଗଳା ଛକ ଠାରେ କଂଗ୍ରେସ କର୍ମୀମାନେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାସ୍ତାରୋକ କରିବା ଫଳରେ ୫୩ନମ୍ବର ଜାତୀୟ ରାଜପଥ,୨୬ନମ୍ବର ରାଜ୍ୟ ରାଜପଥ ଓ ୫(କ) ଏକ୍ସପ୍ରେସ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା l ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା l କଂଗ୍ରେସ କର୍ମୀଙ୍କ ପିକେଟିଙ୍ଗ ଦୃଷ୍ଟିରୁ 
ବିଭିନ୍ନ ସ୍ଥାନର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ଆଦି ବନ୍ଦ ରହିଥିଲା l ଜନ ଗହଳିପୁର୍ଣ ଡ଼ୁବୁରି ଛକ ସମ୍ପୂର୍ଣ ଶୂନଶାନ ହୋଇଯାଇଥିଲା l ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଦାନଗଦୀ, ଡ଼ୁବୁରି, ସୁକିନ୍ଦାଗଡର ଆନ୍ଦୋଳନ ସ୍ଥଳରେ ପହଞ୍ଚି ବନ୍ଦ ପାଳନକୁ ସଫଳ କରିଥିବାରୁ ଦଳୀୟ କର୍ମୀମାନଙ୍କୁ ଅଭିନନ୍ଦନ ଜଣାଇବାସହ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ l ଦାନଗଦୀ ମିଲିଟାରୀ ଛକଠାରେ ଦାନଗଦୀ ବ୍ଲକ କଂଗ୍ରେସ କମିଟି ସଭାପତି ବିଭୁ ଭୂଷଣ ରାଉତ, ରମେଶ ଚନ୍ଦ୍ର ଧୀର, ନାରାୟଣ ଚନ୍ଦ୍ର ଧୀର, କାହ୍ନୁ ଚରଣ ଦାସ, ଦୁଷ୍ମନ୍ତ ଘଡ଼ାଇ, ପ୍ରଭାତୀ ବଳ, କୃପାସିନ୍ଧୁ ସାମନ୍ତରାୟ, ଉମାକାନ୍ତ ଜେନାମଣି, ରେଣୁବାଳା ଜେନା, ମହେନ୍ଦ୍ର ଦାସ, ଲିଟୁନ ଜେନା,ରଞ୍ଜନ ଧୀର, ହିନ୍ଦୁରାମ ଜାମୁଦା, ସେକ ବଦିରୁଦ୍ଦିନ, ସୁବାଷ ବଳ ସାମନ୍ତ ପ୍ରମୁଖ ଶତାଧିକ କର୍ମୀ ବନ୍ଦର ନେତୃତ୍ୱ ନେଇଥିବାବେଳେ ସୁକିନ୍ଦାଗଡ ଡ଼ାକବଙ୍ଗଳା ଛକଠାରେ ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ରାଇଚରଣ ମହାନ୍ତି, ହରେକୃଷ୍ଣ ପାଣିଗ୍ରାହୀ, ସ୍ୱପ୍ନା ବେହୁରା, ଗୋପୀନାଥ ଧୀର, ମୋହନ ମହାକୁଡ଼, ବିରଞ୍ଚି ନାରାୟଣ ମହାନ୍ତ, ମଳୟ ମଞ୍ଜରୀ ମହାପାତ୍ର, ରଣଜିତ ଭୂୟାଁ, ସୁବ୍ରତ ବେହୁରା, ଶେଷଦେବ ରଥ, ଜୟନ୍ତ ବେଜ, ଦୟାନିଧି ମହାରଣାପ୍ରମୁଖ ବହୁ କର୍ମୀ ଏହାର ନେତୃତ୍ୱ ନେଇଥିଲେ l ଡ଼ୁବୁରି ଛକଠାରେ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ସଭାପତି ରଣଜିତ ରାଜ, ପିସିସି ସଭ୍ୟ ସଦାଶିବ ଦେଓ, ସରପଞ୍ଚ ସ୍ଵର୍ଣ୍ଣଲତା ବାନରା, ସମିତି ସଭ୍ୟା ଝରଣା ମହାନ୍ତ, ଚଞ୍ଚଳ ମହାପାତ୍ର, ମଧୁସୂଦନ ସାହୁ, ଅଜୟ ଜେନା,ସନ୍ତୋଷ କୁମାର ସିଂଦେଓ, ବିଶ୍ୱନାଥ ଭୂୟାଁ, ବିଭୁଦତ୍ତ ଜେନାଙ୍କ ସମେତ ବହୁ କଂଗ୍ରେସ କର୍ମୀ ବନ୍ଦ ପାଳନର ନେତୃତ୍ୱ ନେଇଥିଲେ l ଅନୁରୂପଭାବେ ସୁକିନ୍ଦା ବ୍ଲକର ମଙ୍ଗଳପୁରଠାରେ ଟଙ୍କଧର ନାୟକ, ଅନନ୍ତ ଦେହୁରୀ, ସୁଧାଂଶୁ ଶେଖର ସିଂସାମନ୍ତ, ଦୁର୍ଯ୍ୟୋଧନ ମହାନ୍ତ ପ୍ରମୁଖ ଓ କୁହିକା ଛକଠାରେ ମହେଶ୍ୱର ମହାନ୍ତ, ଶ୍ୟାମସୁନ୍ଦର ଦାସ,ଦିଲୀପ ବ୍ରହ୍ମ ପ୍ରମୁଖ ଏହି ବନ୍ଦ ପାଳନର ନେତୃତ୍ୱ ନେଇଥିଲେ l ଶାନ୍ତିଶୃଙ୍ଖଳା ରକ୍ଷାପାଇଁ କଳିଙ୍ଗନଗର ଓ ସୁକିନ୍ଦା ଥାନା, ଦାନଗଦୀ ଫାଣ୍ଡି ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥଲା l( ସୁକିନ୍ଦା ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ)
The six-hour shutdown of the Congress in Sukinda constituency.
 Jajpur (Beuro Report): - The Central and State Governments are urging the Odisha Pradesh Congress Committee to oppose the unreasonable hike in petrol, diesel, cooking gas and kerosene, the deterioration of the Arts and Agriculture Act and the rule of law in the Sukinda constituency. National Highway 53, State Highway 26, State Highway 26 and National Highway No. 53 were blocked by Congress workers at Duburi Chowk, Sukinda Dakbangala Chowk on behalf of Sukinda Block Congress Committee at Military Chowk on behalf of Danagadi Block Congress Committee.  All educational institutions were closed as per the state government’s declaration of security. In view of the picketing of Congress workers
 Public and private offices, banks, etc. in various places were closed. The crowded Duburi Chowk was completely deserted. Former Minister and AICC Secretary Sarat Raut arrived at the agitation site in Danagadi, Duburi, Sukindagarh to celebrate the shutdown. Danagadi Block Congress Committee President Bibhu Bhushan Raut, Ramesh Chandra Dhir, Narayan Chandra Dhir, Kahnu Charan Das, Dusmanta Ghadai, Prabhati Bal, Kripasindhu Samantaraya, Umakant Jenamani, Renubala Jena, Mahendra Das, Litung Jena, Ranjan Dhir, Hinduram Hundreds of prominent Subash Bal Samanta activists led the port while District Congress Committee General Secretary Raicharan Mohanty, Harekrishna Panigrahi, Swapna Behura, Gopinath Dhir, Mohan Mahakud, Biranchi Narayan Mahant, Malayalam, Sanjay It was led by Jayant Beaz, Dayanidhi Maharana and many other prominent activists at the Duburi Chowk. Many Congress workers, including Raj, PCC member Sadashiv Deo, Sarpanch Swarnalatha Banara, Samiti members Jharna Mahanta, Chanchal Mohapatra, Madhusudan Sahu, Ajay Jena, Santosh Kumar Singdeo, Bishwanath Bhuiyan, Bibhudatta Jena, led the bandh observance. , Anant Dehuri, Sudhanshu Shekhar Samsamanta, Duryodhana Mahant Pramukh and Maheshwar Mahant, Shyamsunder Das, Dilip Brahma Pramukh at Kuhika Chowk led the bandh. Kalinganagar and Sukinda Thana, Danagadi Fandi Report)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !