Posts

Showing posts from October 30, 2019

ଢେଙ୍କାନାଳ - ଚୋରା ମଦ ବେପାରୀ ସହ ମଦ ଯଦବ

Image
ଢେଙ୍କାନାଳ - ବ୍ୟୁରୋ, ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ଚାଲାଣ ସାଙ୍ଗକୁ ବେଆଇନ୍ ପଥର ଚାଲାଣ l ପୋଲିସ୍ କିନ୍ତୁ ଏ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହୋଇନାହିଁ ବରଂ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବଡ଼ ବଡ଼ ମାଫିଆମାନେ l ନିହଲପ୍ରସାଦ ଗ୍ରାମପଞ୍ଚାୟତର ନିତ୍ୟାନନ୍ଦ ପୁର ଗ୍ରାମର ରଞ୍ଜନ ମଲ୍ଲିକ ( ୩୪) ହୀରୋ ସିଡି ଡିଲକ୍ସ ମଟର ସାଇକେଲ No OD6 0576  ଯୋଗେ ଦିଗମ୍ବର ପୁର ପଞ୍ଚାୟତ ର ଗୋବରୀ ଗ୍ରାମରୁ ୩୦ ଲିଟର ଦେଶୀ ମଦ ନେଇ ଆସୁଥିବା ବେଳେ ନିହଲପ୍ରସାଦ ପେଟ୍ରୋଲିଂ ପୋଲିସ ହାବୁଡରେ ପଡି ଗିରଫ ହୋଇଥିବା ଜଣାଯାଇଛି l ଏହି ମାମଲାରେ ପୁଲିସ ପକ୍ଷରୁ ନିହଲପ୍ରସାଦ ଥାନା କେସ୍ ନଂ ୮୭/2019 us ୫୨ ଅବକାରୀ ଆଇନ୍ ରେ କେସ୍ ରୁଜୁ କରିଛିl ଆସନ୍ତା କାଲି କୋଟ୍ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରତ୍ନାକର ମଲ୍ଲିକ ସୂଚନା ଦେଇଛନ୍ତି l Rita vision