Posts

Showing posts with the label ଜାତୀୟ ଖବର

ଖୁବଶୀଘ୍ର ପିଲାଙ୍କ ପାଇଁ ଆସିବ କରୋନା ଟିକା ।

Image
( ବ୍ୟୁରୋ ରିପୋର୍ଟ) : - ଖୁବଶୀଘ୍ର ୨ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ଆରମ୍ଭ କରାଯିବ । ଏନେଇ ଏକ ସଙ୍କେତ ମିଳିଛି, ଯେତେବେଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ବ୍ୟବହାର କରିବା ପାଇଁ ବୈଷୟିକ କମିଟି ସୁପାରିଶ କରିଛି । କ୍ଲିନିକାଲ ଟ୍ରାଏଲର ତଥ୍ୟକୁ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯିବା ପରେ ସେଂଟ୍ରାଲ ଡ୍ରଗ୍ସ ଷ୍ଟାର୍ଣ୍ଡାଡ କଂଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଏହାକୁ ଏକ ଏକ୍ସପର୍ଟ କମିଟି ଅନୁଧ୍ୟାନ କରିଥିଲେ । ଏଥିରୁ ଏକ ସକାରାତ୍ମକ ସୂଚନା ଆସିଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଅନୁସାରେ ବିଶ୍ୱରେ ପ୍ରଥମ ଥର ୨ରୁ ୧୮ବର୍ଷ ବର୍ଗ ପିଲାଙ୍କ ପାଇଁ ଟିକାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ପରବର୍ତୀ ସମୟରେ ଅନ୍ୟ ଅନୁମତି ହାସଲ କରିବା ଉପରେ ନଜର ରହିବ । ଖୁବଶୀଘ୍ର ଏହା ଛୁଆଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି । ବଡ କଥା ହେଉଛି ବୈଷୟିକ କମିଟିର ସୁପାରିଶ ସତ୍ୱେ ମଧ୍ୟ ଏହାକୁ ଛୁଆଙ୍କ ଶରୀରରେ ଏବେ ପ୍ରୟୋଗ କରାଯିବ ନାହିଁ । ଏଥିପାଇଁ ଡିସିଜିଆଇର ଚୂଡାନ୍ତ ଅନୁମତି ଆବଶ୍ୟକ । କେନ୍ଦ୍ର ସ୍ୱାସ୍ଥ୍ୟରାଷ୍ଟ୍ର ମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ଅନୁସାରେ କୋଭାକ୍ସିନ ଟିକାକୁ ଡିସିଜିଆଇର ଅନୁମତି ଦିଆଯାଇ ନାହିଁ । ସେ କହିଛନ୍ତି ଯେ, ଛୋଟ

ବୁଦ୍ଧିଆ ସିଂହ ଙ୍କୁ ରାଜୀବ ଗାନ୍ଧି ପୁରସ୍କାର l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଛାତ୍ରାବାସ ଛାଡ଼ିବା ପରେ ବିସ୍ମୟ ବୁଦ୍ଧିଆ ସିଂ କ’ଣ କରୁଛନ୍ତି ଓ କେମିତି ଅଛନ୍ତି ସେ ବିଷୟରେ କାହା ପାଖରେ ସୂଚନା ନାହିଁ । ଯେଉଁ ଦୌଡ଼ ପାଇଁ ସେ ଦିନେ ଚର୍ଚ୍ଚାକୁ ଆସିଥିଲେ, ତାହା ସେ ବଜାୟ ରଖିଛନ୍ତି ନା ନାହିଁ ସେ କଥା ବି ଜଣା ନାହିଁ । କିଛି ବର୍ଷ ହେଲା ବୁଦ୍ଧିଆ ନୂଆଦିଲ୍ଲୀରେ ରହୁଛନ୍ତି । ସେଠାରେ ସେ ପାଠ ପଢ଼ୁଛନ୍ତି ବୋଲି କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା । ବୁଦ୍ଧିଆ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଜି ସେ ପୁରସ୍କୃତ ହେବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଉପଢ଼ୌକନ ଓ ମାନପତ୍ରରୁ ଯାହା ଜଣା ପଡ଼ୁଛି, ବୁଦ୍ଧିଆଙ୍କୁ ଗତ ୨୦ ତାରିଖରେ ‘ରାଜୀବ ଗାନ୍ଧୀ ଗ୍ଲୋବାଲ ଏକ୍ସେଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ଦ ପାର୍କ ହୋଟେଲରେ ଆୟୋଜିତ ପୁରସ୍କାର ସମାରୋହରେ ସେ ନିଜେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ l The Rajiv Gandhi Award to Buddhia Singh.  Bhubaneswar(Beuro Report) : - No one has any information on what Bismillah Buddhia Singh is doing and how he is doing after leaving the Kalinga Stadium Sports Hostel. It is unknown at this time what he will do after leaving the