ବୁଦ୍ଧିଆ ସିଂହ ଙ୍କୁ ରାଜୀବ ଗାନ୍ଧି ପୁରସ୍କାର l

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଛାତ୍ରାବାସ ଛାଡ଼ିବା ପରେ ବିସ୍ମୟ ବୁଦ୍ଧିଆ ସିଂ କ’ଣ କରୁଛନ୍ତି ଓ କେମିତି ଅଛନ୍ତି ସେ ବିଷୟରେ କାହା ପାଖରେ ସୂଚନା ନାହିଁ । ଯେଉଁ ଦୌଡ଼ ପାଇଁ ସେ ଦିନେ ଚର୍ଚ୍ଚାକୁ ଆସିଥିଲେ, ତାହା ସେ ବଜାୟ ରଖିଛନ୍ତି ନା ନାହିଁ ସେ କଥା ବି ଜଣା ନାହିଁ । କିଛି ବର୍ଷ ହେଲା ବୁଦ୍ଧିଆ ନୂଆଦିଲ୍ଲୀରେ ରହୁଛନ୍ତି ।
ସେଠାରେ ସେ ପାଠ ପଢ଼ୁଛନ୍ତି ବୋଲି କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା । ବୁଦ୍ଧିଆ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଜି ସେ ପୁରସ୍କୃତ ହେବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଉପଢ଼ୌକନ ଓ ମାନପତ୍ରରୁ ଯାହା ଜଣା ପଡ଼ୁଛି, ବୁଦ୍ଧିଆଙ୍କୁ ଗତ ୨୦ ତାରିଖରେ ‘ରାଜୀବ ଗାନ୍ଧୀ ଗ୍ଲୋବାଲ ଏକ୍ସେଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ଦ ପାର୍କ ହୋଟେଲରେ ଆୟୋଜିତ ପୁରସ୍କାର ସମାରୋହରେ ସେ ନିଜେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ l
The Rajiv Gandhi Award to Buddhia Singh.

 Bhubaneswar(Beuro Report) : - No one has any information on what Bismillah Buddhia Singh is doing and how he is doing after leaving the Kalinga Stadium Sports Hostel. It is unknown at this time what he will do after leaving the post. Buddhia has been living in New Delhi for a few years.
 A few days later, a national media report said he was studying there. Buddhia has been active on social media. Today he posted a photo of the award. According to lectures and honors, Buddhia has been awarded the Rajiv Gandhi Global Excellence Award on the 20th. He himself attended the awards ceremony at The Park Hotel in New Delhi and received the award. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !