ନବୀନ ସରକାରଙ୍କ ବିକାଶ ର ବିକଳ ଚିତ୍ର l ବାସ୍ତବ ବିକାଶର ଚିତ୍ର ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ I

ବରଗଡ଼ (ବ୍ୟୁରୋ ରିପୋର୍ଟ) : - ପୁଣି ବିକାଶର ବିକଳ ଚିତ୍ର। ଗାଁକୁ ଖଣ୍ଡିଏ ଭଲ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମର ଜଣେ ଅସୁସ୍ଥ ରୋଗୀ ଖଟିଆରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ତେବେ ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଣ୍ଟାତଳ ଗ୍ରାମକୁ ଏକ ପକ୍କା ରାସ୍ତା ଯୋଗାଇ ଦେବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି ପ୍ରଶାସନିକ ଅଧିକାରୀ। ଫଳରେ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ଏଯାବତ୍ ଖଣ୍ଡିଏ ଭଲ ରାସ୍ତା ହୋଇପାରିଲା ନାହିଁ। ଅନ୍ୟ ପକ୍ଷରେ ଏହି ଗ୍ରାମକୁ ସଂଯୋଗ କରୁଥିବା ପତ୍ରାପାଲି-ଭୁତଟିକ୍ରା ରାସ୍ତା ମଧ୍ୟ ବର୍ଷବର୍ଷ ଧରି ଶୋଚନୀୟ ହୋଇ ପଡିଛି। ଫଳରେ କଣ୍ଟାତଳ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତାଙ୍କର ପରିବାର ଲୋକମାନେ ଖଟିଆରେ ବୋହି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ଗ୍ରମବାସୀମାନେ ବାରମ୍ଵାର ଦାବି କରିଆସୁଥିଲେ ମଧ୍ୟ ଏଯାଏଁ ପ୍ରଶାସନିକ ଅଧିକାରୀମାନେ କର୍ଣ୍ଣପାତ କରୁନାହାଁନ୍ତି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Critical picture of the development of the Nabeen government . See the picture of real development in the full report. 
Bargarh(Beuro Report) : - Again, the picture of development. As there was no good road to the village, the patient was again carried in a cot. A sick patient from Kantatal village under Bugbuga panchayat in Atabira block of Bargarh district has been rushed to a hospital in a cot. However, there is no road to the village, which is a problem for locals. Despite repeated demands from locals to provide a concrete road to Kantatal village, administrative officials have not listened. As a result, there has been intense dissatisfaction among the villagers.
 According to sources, the road to Kantatal village under Bugbuga panchayat in Atabira block of Bargarh district has not yet been paved. The Patrapali-Bhuttikra road connecting the village, on the other hand, has also been deplorable for years. As a result, the villagers of Kantatal are facing a lot of difficulties. A man from the village fell ill on Tuesday and was rushed to Bohi Hospital by his family. However, villagers have repeatedly called for a roadblock to the village, but so far no one was able to send in the perfect solution, which is not strange. As a result, there has been intense dissatisfaction among the locals.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !