Posts

Showing posts from April 6, 2024

ମା'ଖଣ୍ଡୁରୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ l

Image
ଦାନଗଦି /କଳିଙ୍ଗନଗର :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ର ମାନଗୋବିନ୍ଦ ପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା'ଖଣ୍ଡୁରୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ରେ ସମ୍ପୂର୍ଣ୍ଣ ହୋଇଛି l ମାନଗୋବିନ୍ଦ ପୁର ଗ୍ରାମର ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ ଓ ଧର୍ମପତ୍ନୀ ସନ୍ଧ୍ୟାରାଣୀ ସାହୁ ଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଯଥାବିଧି ପୂଜାର୍ଚ୍ଚନା ସହିତ ସମାପନ ହୋଇଯାଇଛି l ଏହି ଅବସରରେ ତିନିଦିନ ଧରି ସୂର୍ଯ୍ୟ ପୂଜା, ଗୋ ପୂଜା ସହିତ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା l ଗ୍ରାମବାସୀଙ୍କ ସହଯୋଗ ରେ ମା'ଖଣ୍ଡୁରୀ ଙ୍କ ବିଗ୍ରହ କୁ ଭଜନକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରିଥିଲେ l ଗ୍ରାମବାସୀ ଙ୍କ ସହଯୋଗରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ମା' ଖଣ୍ଡୁରୀ ଙ୍କ ଆଶିଷ ଗ୍ରହଣ ପାଇଁ ଆଖାପାଖ ଗ୍ରାମରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା l ଶତାଧିକ ଭକ୍ତ ତିନିଦିନ ଧରି ମା'ଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା l ଏହି ଧାର୍ମିକ କାର୍ଯ୍ୟ ପାଇଁ ଗ୍ରାମବାସୀ ଓ ଭକ୍ତବୃନ୍ଦ ଶ୍ରୀଯୁକ୍ତ ସାହୁଙ୍କୁ ପ୍ରସଂଶା କରିଥିଲେ l