Posts

Showing posts from December 19, 2019

ସାଗର ସିମେଣ୍ଟ କାରଖାନା ଏଠାରୁ ବିଦା ହେବ, ବିକ୍ଷୋଭ କାରୀ ଙ୍କ ଚେତାବନୀ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ବିଭିନ୍ନ ସମସ୍ଯା ନେଇ ଜମିହରା କ୍ଷତିଗ୍ରସ୍ତ ମାନେ ସାଗର ସିମେଣ୍ଟ କାରଖାନା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ l ଯାଜପୁର - ଜିଲ୍ଳା ର ଶିଳ୍ପ ରାଜଧାନୀ ମାନ୍ୟତା ପାଇଥିବା କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ଠାରେ ଯାଜପୁର ସିମେଣ୍ଟ ନାମରେ ଏକ ସିମେଣ୍ଟ କାରଖାନା ପକ୍ଷରୁ କାରଖାନା ତିଆରି କରିବା ପାଇଁ ଲୋକମାନଙ୍କ ଠାରୁ ଜମି ଅଧିଗ୍ରହଣ କରି ତାପରେ ମୂଳ ନାମକୁ ବଦଲାଇ ସାଗର ସିମେଣ୍ଟ ନାମରେ ପରିଚିତ ହେଲା l ଚାନ୍ଦିଆ, ପଙ୍କପାଳ ଓ ମାଣତୀରା ପଞ୍ଚାୟତ ର ଲୋକେ ଏଥିପାଇଁ ଜମି, ଭିଟାମାଟିକୁ ହରାଇଲେ l କିନ୍ତୁ କୌଣସି କ୍ଷତି ପୂରଣ ପାଇପାରିଲେ ନାହିଁ l ଏବେ କାରଖାନାରେ ପାଚେରୀ ନିର୍ମାଣ ଶେଷ ହୋଇଛି ଓ ଫାଟକ ମଧ୍ଯ ଲାଗଇ ଦିଆଗଲା I ତଥାପି ଲୋକମାନଙ୍କୁ ହରାଇଥିବା ଜମି ର ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯାଉ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି l ଯାଜପୁର ସିମେଣ୍ଟ ନାମରେ ଜାଗା ଅଧିଗ୍ରହଣ କରିଥିବା ସାଗର ସିମେଣ୍ଟ ର କାର୍ଯ୍ୟକଳାପକୁ ସାଧାରଣରେ ଆଲୋଚନା ହେଉଥିବା ବେଳେ ଜମିହରାଇଥିବା ଲୋକମାନେ ଆଜି ସାଗର ସିମେଣ୍ଟ କାରଖାନା ସମ୍ମୁଖ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ତଥାପି ସାଗର ସିମେଣ୍ଟ ଏହାର କର୍ଣ୍ଣପାତ ନ କରିବା ଓ ଗୁଣ୍ଡା ଲଗାଇ ଆନ୍ଦୋଳନ କୁ ଭାଣ୍ଡରୁ କରିବାକୁ ଧମକ ଦେଲା l ଏହି ମାମଲାରେ ଜିଲ୍ଲାପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତ

ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଜୈବିକ ଚାଷ ଉପରେ କର୍ମଶାଳା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ର ଟାଟାଷ୍ଟିଲ ର ସହଯୋଗୀ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଜୈବିକ ପ୍ରକ୍ରିୟା ରେ ଚାଷ ଉପରେ ଚାଷୀ ମାନଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଛି l ଏହି ଅବସରରେ ପଙ୍କପାଲ୍ ଓ ବାରବାଙ୍କି ଗ୍ରାମପଞ୍ଚାୟତର ଉଭୟ ସ୍ତ୍ରୀ, ପୁରୁଷ ୬୦ ଜଣ ଚାଷୀଙ୍କୁ ଏହି କର୍ମଶାଳା ରେ କିପରି କମ୍ ଖର୍ଚ୍ଚରେ ଏବଂ ଜୈବିକ ପଦ୍ଧତିରେ ଅଧିକ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ ସେ ବିଷୟରେ ସୂଚନା ଦେଇଥିଲେ l କଲିକତା କୃଷି ସାଧାନ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଶିଷ ଦାସ୍ ଉପସ୍ଥିତ ରହି ଏହା ବିଷୟରେ ଅଧିକ ସୂଚନା ଦେଇଥିଲେ l ଏବେ ଜୈବିକ ପ୍ରକ୍ରିୟା ରେ ଚାଷ ର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ସଚେତନତା ଆବଶ୍ୟକ ଅଛି l ତେଣୁ ସବୁଜ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ଏବେ ସମୟ ଆସିଛି ବୋଲି ଶ୍ରୀ ଦାସ କହିଥିଲେ l ଏହି କର୍ମଶାଳା ରେ କିପରି ଜମି ର ମାଟି କୁ ରଖିବା, କିଭଲି ଭାବରେ ବିହନ ଚୟନ କରିବା, ଏବଂ ଜୈବିକ ପଦ୍ଧତିରେ କିପରି ସାର ପ୍ରସ୍ତୁତ କରିବା ଏହିସବୁ ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l କର୍ମଶାଳା ରେ ଉପସ୍ଥିତ ଚାଷୀ ଦାମୁ ମାରାଣ୍ଡି କହିଥିଲେ ଯେ ଆମେ ବହୁଦିନରୁ ପରିବା ଚାଷ କରିଆସୁଛି ବର୍ତ୍ତମାନ ବିନା ରସାୟନିକ ସାର ପ୍ରୟୋଗ କରି ଚାଷ ଯେଉଁ ଉତ୍ପାଦନ ହେବ ତାହାର ବଜାରରେ ଚାହିଦା ରହିଛି ରହିବ ବୋଲି କହିଥିଲେ l ଆଗାମୀ ଦିନରେ ସାରା ଜିଲ୍ଲା ରେ ଏହି