ସାଗର ସିମେଣ୍ଟ କାରଖାନା ଏଠାରୁ ବିଦା ହେବ, ବିକ୍ଷୋଭ କାରୀ ଙ୍କ ଚେତାବନୀ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

ବିଭିନ୍ନ ସମସ୍ଯା ନେଇ ଜମିହରା କ୍ଷତିଗ୍ରସ୍ତ ମାନେ ସାଗର ସିମେଣ୍ଟ କାରଖାନା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ l
ଯାଜପୁର - ଜିଲ୍ଳା ର ଶିଳ୍ପ ରାଜଧାନୀ ମାନ୍ୟତା ପାଇଥିବା କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ଠାରେ ଯାଜପୁର ସିମେଣ୍ଟ ନାମରେ ଏକ ସିମେଣ୍ଟ କାରଖାନା ପକ୍ଷରୁ କାରଖାନା ତିଆରି କରିବା ପାଇଁ ଲୋକମାନଙ୍କ ଠାରୁ ଜମି ଅଧିଗ୍ରହଣ କରି ତାପରେ ମୂଳ ନାମକୁ ବଦଲାଇ ସାଗର ସିମେଣ୍ଟ ନାମରେ ପରିଚିତ ହେଲା l ଚାନ୍ଦିଆ, ପଙ୍କପାଳ ଓ ମାଣତୀରା ପଞ୍ଚାୟତ ର ଲୋକେ ଏଥିପାଇଁ ଜମି, ଭିଟାମାଟିକୁ ହରାଇଲେ l କିନ୍ତୁ କୌଣସି କ୍ଷତି ପୂରଣ ପାଇପାରିଲେ ନାହିଁ l ଏବେ କାରଖାନାରେ ପାଚେରୀ ନିର୍ମାଣ ଶେଷ ହୋଇଛି ଓ ଫାଟକ ମଧ୍ଯ ଲାଗଇ ଦିଆଗଲା I ତଥାପି ଲୋକମାନଙ୍କୁ ହରାଇଥିବା ଜମି ର ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯାଉ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି l ଯାଜପୁର ସିମେଣ୍ଟ ନାମରେ ଜାଗା ଅଧିଗ୍ରହଣ କରିଥିବା ସାଗର ସିମେଣ୍ଟ ର କାର୍ଯ୍ୟକଳାପକୁ ସାଧାରଣରେ ଆଲୋଚନା ହେଉଥିବା ବେଳେ ଜମିହରାଇଥିବା ଲୋକମାନେ ଆଜି ସାଗର ସିମେଣ୍ଟ କାରଖାନା ସମ୍ମୁଖ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ତଥାପି ସାଗର ସିମେଣ୍ଟ ଏହାର କର୍ଣ୍ଣପାତ ନ କରିବା ଓ ଗୁଣ୍ଡା ଲଗାଇ ଆନ୍ଦୋଳନ କୁ ଭାଣ୍ଡରୁ କରିବାକୁ ଧମକ ଦେଲା l ଏହି ମାମଲାରେ ଜିଲ୍ଲାପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତିନି ପଞ୍ଚାୟତର ଜନସାଧାରଣ ଦାବୀ କରିଛନ୍ତି l ଏହି ଘଟଣାରେ ଶୀଘ୍ର ସମାଧାନ ଜିଲ୍ଲାପ୍ରଶାସନ ପକ୍ଷରୁ ନ କରାଗଲେ ଆଗକୁ ଏଠାରେ କଳିଙ୍ଗନଗର ଘଟଣା ର ପୁନରାବୃତ୍ତି ହେବ ବୋଲି ବକ୍ତବ୍ୟ ରଖିଥିଲେ ଆାଦିବାସୀ ଦଳିତ ନେତା ରାଜେନ୍ଦ୍ର କାଲୁଣ୍ଡିଆ, ଜିତେନ୍ଦ୍ର ବେହେରା, ହିମାଂଶୁ ପୃଷ୍ଟି ପ୍ରମୁଖ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !