Posts

Showing posts from November 11, 2024

ନାବାଳିକାକୁ ବଳାତ୍କାର ଅଭିଯୋଗ ରେ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା l

Image
ଢେଙ୍କାନାଳ ସଦର (ବ୍ୟୁରୋ ରିପୋର୍ଟ) :- ତା ୧୧/୧୧ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ଆନୁକୂଲ୍ୟରେ ସଂଘର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକ ଙ୍କ ନେତୃତ୍ୱ ଓ ସାଧାରଣ ସମ୍ପାଦକ ଚିତ୍ରସେନ ନାୟକଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। https://youtu.be/PypTY9NKHCE?si=F02ROiQZFz_ygH9h ଢେଙ୍କାନାଳ ଜିଲ୍ଲାରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାନଙ୍କୁ ଅବହେଳା ପ୍ରଦର୍ଶନ କରୁଛନ୍ତି ଓ ଏସି ଏସଟି ପୋସ୍କୋ Act କୁ ଉଲ୍ଲଙ୍ଘନ କରୁଛନ୍ତି। ସ୍ୱତନ୍ତ୍ର ଆଇନ କୁ ପୋଲିସ ନିଜକୁ ଜଜ ଭାବି ଅଭିଯୁକ୍ତ ମାନଙ୍କୁ ବେଲ ଦେଇ ଖସିଯିବାକୁ ସୁଯୋଗ ଦେଉଛି। ଫଳରେ ସଦର ଥାନା କେଶ ନଂ ୬୦୫,ତାରିଖ ୨୩/୦୭/୨୦୨୪ ରେ ରେଜିଷ୍ଟ୍ରସନ କରି ତଦନ୍ତ ନ କରିବାରୁ ଅଭିଯୁକ୍ତ ଲିଟୁ ରାଉତ, ପିତା-ବେଣୁଧର ରାଉତ ନାବାଳିକା କୁ କଟକ ରେ ବିଭିନ୍ନ ଜାଗାରେ ରଖି ବଳପୂର୍ବକ ଶାରୀରିକ ସମ୍ପର୍କ ରଖି ୩ମାସର ଗର୍ଭବତୀ କରିବା ପରେ ଜୀବନରେ ମାରିଦେବାକୁ ଯୋଜନା କରୁଥିବାବେଳେ ନାବାଳିକା ଖସିଯାଇ ଆଠଗଡ ବସ୍ ଷ୍ଟାଣ୍ଡ ରୁ ଯୋଗାଯୋଗ କରିବାରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପୀଡ଼ିତାକୁ ଉଦ୍ଧାର କରି ମାଆ କୁ ହସ୍ତାନ୍ତର କରି ଦେଇଛି। ପୀଡିତାଙ୍କ ମାଆ ଜଣେ ଅନୁସୂଚିତ ଜନଜାତି, ଶବର ଜାତିର ବିଧ

OSAP 6th ବାଟାଲିୟନ୍ ପରିସରରେ ୭୯ ତମ ଫୁଟବଲ ଚାମ୍ପିୟନସିପ -୨୦୨୪ ଉଦଯାପିତ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) ତା୧୦/୧୧ :- OSAP 6th ବାଟାଲିୟନ୍ ପରିସରରେ ୭୯ ତମ ଫୁଟବଲ ଚାମ୍ପିୟନସିପ -୨୦୨୪ ଉଦଯାପିତ ହୋଇଯାଇଛି । ADGP( Law & Order) ଶ୍ରୀ ସଞ୍ଜୟ କୁମାର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳି ଓ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜିର ଫାଇନାଲ ମ୍ୟାଚ ରାଉରକେଲା ଓ କମିଶନରେଟ ( ଏ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ କମିଶନରେଟ ( ଏ) ୪-୫ ପେନାଲଟି ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିବା ବେଳେ ରାଉରକେଲା ରନର୍ସଅପ ହୋଇଥିଲା।  ଏହି ଚାମ୍ପିୟନସିପରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା କମିଶନରେଟ ( ଏ) ର ରଞ୍ଜନ କୁମାର ଭୋଇଙ୍କୁ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ ଡ଼ିଫେଣ୍ଡର ଭାବେ ଶେଖ ଆଲାମ, ଶ୍ରେଷ୍ଠ ମିଡ଼ଫିଲଡର ଭାବେ ଲଖାଇ ମୁର୍ମୁ, ଜଗତସିଂହପୁର ଜିଲ୍ଲାର ନିର୍ମଳ ମାରାଣ୍ଡିଙ୍କୁ ଶ୍ରେଷ୍ଠ ଫରୱାର୍ଡ଼ ଖେଳାଳି ଏବଂ ରାଉରକେଲା ଜିଲ୍ଲାର ସମୀର କେରକେଟାଙ୍କୁ ପ୍ଲେୟାର ଅଫ ଟୁର୍ନାମେଣ୍ଟ ଭାବେ ପୁରସ୍କୃତ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଓଏସଏପି ଷଷ୍ଠ ବାଟାଲିୟନକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ କରାଯାଇଛି।  ଉଲ୍ଲେଖଯୋଗ୍ୟ ଯେ,ଏହି ଚାମ୍ପିୟନସିପରେ ସାରା ରାଜ୍ୟର ୪୩ଟି ଜିଲ୍ଲା ଏବଂ ବାଟାଲିୟନର ପୋଲିସ ଟିମ ଅଂଶଗ୍ରହଣ କର

ଓଡ଼ିଶାକୁ ମିଲେଟ ହବ୍ କରାଯିବ- ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ପୋଷକତତ୍ତ୍ୱ ଓ ଭିଟାମିନରେ ଭରପୁର ମିଲେଟ(ମାଣ୍ଡିଆ) ଜାତୀୟ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବାକୁ ପଡିବ ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି l ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ କାଲି ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍‌ଘାଟନ କରି ରାଜ୍ୟରେ ମିଲେଟ(ମାଣ୍ଡିଆ) ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ସହ ଓଡ଼ିଶାକୁ ଭାରତର ମିଲେଟ ହବ୍ ରେ ପରିଣତ କରାଯିବ । ଏଥିପାଇଁ ଚଳିତ ବର୍ଷ ବଜେଟରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ ଯେ, ବିସ୍ମୃତ ଖାଦ୍ୟଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମିଳିତ ଜାତିସଂଘର ପ୍ରତିନିଧି, କୃଷି ବିଜ୍ଞାନୀ, ଗବେଷକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଓ ଅଗ୍ରଣୀ ମହିଳା ଚାଷୀମାନେ ଯୋଗ ଦେଇଥିଲେ ।   ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ପୁଷ୍ଟିଶସ୍ୟ ଓ ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହ