Posts

Showing posts from January 6, 2023

ଟଙ୍କା ପାଇଁ ସବୁ ସମ୍ଭବ, ସରକାରୀ କର୍ମଚାରୀ ବିଧବା ସ୍ତ୍ରୀକୁ କରିଦେଲ ଅବିବାହିତା କନ୍ୟା l

Image
ଯାଜପୁର (କଳିଙ୍ଗନଗର) :- ବ୍ୟାସନଗର ତହସିଲରେ ଲିଗାଲହେୟାର ପ୍ରମାଣପତ୍ରରେ ଜାଲିଆତି, ବିଧବା ସ୍ତ୍ରୀକୁ କରିଦେଲେ ଅବିବାହିତ କନ୍ୟା l ଲିଗାଲହେୟାର ପ୍ରମାଣପତ୍ର କୁ ଜାଲିଆତି କରି ଲୁଟିନେଲେ କୋଟିକୋଟି ଟଙ୍କାର ଜମି ଓ ଘର ଏହିପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଦାନଗଦୀ ବ୍ଲକ ଅନ୍ତର୍ଗତ ମାଣତୀରା ପଞ୍ଚାୟତ ର ଦାଖରାପଦା ଗ୍ରାମରୁ I ଦାଖରାପଦା ଗ୍ରାମର ଅର୍ଜ୍ଜୁନ ଜେନାଙ୍କ ଝିଅ ସସ୍ମିତା ଜେନା ବ୍ୟାସନଗର ପୌରପାଳିକା ଅନ୍ତର୍ଗତ ନହକା ଗ୍ରାମର ସ୍ବର୍ଗତ ପାର୍ଥ ସାରଥି ମହାନ୍ତି ଙ୍କ ପୁଅ ରାଜେନ୍ଦ୍ର ମହାନ୍ତି ଙ୍କ ସହିତ ଶଙ୍ଖଚିଲା ହିଙ୍ଗୁଳାଙ୍କ ମନ୍ଦିରରେ ୨୦୨୦ ମାର୍ଚ୍ଚ ୩ ତାରିଖ ରେ ପରିବାର ଉପସ୍ଥିତିରେ ବିବାହ ହୋଇନଥିଲା l ବାହାଘର ପରେ ଉଭୟ ସ୍ୱାମି ସ୍ତ୍ରୀ ନିଜ ନହକା ଘରେ ରହୁଥିଲେ l ଦୁର୍ଭାଗ୍ଯ ବଶତଃ ସେହି ବର୍ଷ ୨୦୨୦ ଡିସେମ୍ବର ୧୧ ତାରିଖରେ ଏକ ରାସ୍ତା ଦୁର୍ଘଟଣାରେ ରାଜେନ୍ଦ୍ର ମହାନ୍ତି ଙ୍କ ମୃତ୍ୟୁ ହୋଇଥିଲା l ସ୍ବାମୀଙ୍କ ମୃତ୍ଯୁ ପରେ ସସ୍ମିତା ଙ୍କୁ ତାଙ୍କ ଶାଶୁ ଜୟନ୍ତି ମହାନ୍ତି ବାପଘର ଦାଖରାପଦାକୁ ପଠାଇ ଦେଇଥିଲେ I କିଛି ଦିନପରେ ସସ୍ମିତା ଶାଶୁଘର ନହକା ଯିବାକୁ ଚାହିଁବାରୁ ଶାଶୁ ଆଉ ବୋହୂକୁ ଘରେ ପ୍ରବେଶ କରାଇ ଦେଇନଥିଲେ I ତେଣୁ ବାଧ୍ଯ ହୋଇ ସସ୍ମିତା ନିଜ ବାପଘରେ ରହିଥିଲେ I ଏହା ପରେ ସସ୍ମିତା ନିଜ ସ୍ୱାମୀଙ୍କ ମୃତ୍ଯୁ ପ୍ରମାଣପତ୍ର ବାହାର କରିବା ପାଇଁ ବ୍ୟ