ପ୍ରାଶାସନିକ ଅବହେଳା ଯୋଗୁଁ ନିର୍ଭୟରେ ଚାଲିଛି ବାଲି ଚୋରା ଚାଲାଣ l

ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ର ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତ ଦିଗାମ୍ବରପୁର ବାଲି ଘାଟରେ ବାଲି ମାଫିଆ ଙ୍କ କବଜାରେ I ବିଗତ କିଛି ଦିନ ହେଲା ବାଲି ମାଫିଆଙ୍କ ଦୌରାତ୍ମ୍ଯ ବଢ଼ି ଚାଲିଛି l ଏହି ବାଲିଘାଟ ଟି କୃଷକ ବାଲିଘାଟ ନାମରେ ନିଲାମ ହୋଇଥିଲା l ଏହାର ଅବଧି କେତେ ଦିନ ତାହା ଜଣାନାହିଁ l କିନ୍ତୁ ବାଲି ଚାଲାଣକାରୀ ସରକାରୀ ତହସିଲ କର୍ମଚାରୀ ଙ୍କୁ ମୋଟ ଅଙ୍କରେ ବଟି ଦେଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ନିର୍ଭୟରେ ଲୁଟୁଥିବା ଦେଖିବାକୁ ମିଳିଛି l ଦାନଗଦୀ ତହସିଲ ଅଧିନରେ ଆସୁଥିବା ଏହି ଦିଗାମ୍ବରପୁର ବାଲି ଘାଟ ଉପରେ ତହସିଲ କାର୍ଯ୍ଯାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l ଏଠାରେ ପ୍ରଶ୍ନ ଉଠେ ତହସିଲ କାର୍ଯ୍ଯାଳୟର ଅଜାଣତରେ ଏହା ହେଉଛି ନା ତହସିଲଦାର ଜାଣିଶୁଣି ଏହାକୁ ଘଣ୍ଟ ଘୋଡାଉଛନ୍ତି l ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କୁ ମିଳି ଭଗତ ରେ ବାଲି ମାଫିଆ ଓ ତହସିଲ କର୍ମଚାରୀ ଲୁଟୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଆଗାମୀ ଦିନରେ କି ପରିସ୍ଥିତିର ସମ୍ମୁଖୀନ ହେବ ତାହା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ମେସିନ୍ ଲଗାଇ ନଦୀ ରୁ ବାଲି ଉତ୍ତୋଳନ କରାଯିବା ଫଳରେ ନଦୀ କୂଳରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡିଛି ଏବଂ ଆଡିବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି l ଯାହାଦ୍ୱାରା ପାଖାପାଖି ଥିବା ପଙ୍କପାଳ, କୁମ୍ଭୀରଗାଡ଼ିଆ, ମାଣତିରା ଓ ଖପୁରିଆପଦା ଆଦି ପଞ୍ଚାୟ...