ପ୍ରାଶାସନିକ ଅବହେଳା ଯୋଗୁଁ ନିର୍ଭୟରେ ଚାଲିଛି ବାଲି ଚୋରା ଚାଲାଣ l

ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ର ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତ ଦିଗାମ୍ବରପୁର ବାଲି ଘାଟରେ ବାଲି ମାଫିଆ ଙ୍କ କବଜାରେ I ବିଗତ କିଛି ଦିନ ହେଲା ବାଲି ମାଫିଆଙ୍କ ଦୌରାତ୍ମ୍ଯ ବଢ଼ି ଚାଲିଛି l ଏହି ବାଲିଘାଟ ଟି କୃଷକ ବାଲିଘାଟ ନାମରେ ନିଲାମ ହୋଇଥିଲା l ଏହାର ଅବଧି କେତେ ଦିନ ତାହା ଜଣାନାହିଁ l କିନ୍ତୁ ବାଲି ଚାଲାଣକାରୀ ସରକାରୀ ତହସିଲ କର୍ମଚାରୀ ଙ୍କୁ ମୋଟ ଅଙ୍କରେ ବଟି ଦେଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ନିର୍ଭୟରେ ଲୁଟୁଥିବା ଦେଖିବାକୁ ମିଳିଛି l ଦାନଗଦୀ ତହସିଲ ଅଧିନରେ ଆସୁଥିବା ଏହି ଦିଗାମ୍ବରପୁର ବାଲି ଘାଟ ଉପରେ ତହସିଲ କାର୍ଯ୍ଯାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l ଏଠାରେ ପ୍ରଶ୍ନ ଉଠେ ତହସିଲ କାର୍ଯ୍ଯାଳୟର ଅଜାଣତରେ ଏହା ହେଉଛି ନା ତହସିଲଦାର ଜାଣିଶୁଣି ଏହାକୁ ଘଣ୍ଟ ଘୋଡାଉଛନ୍ତି l ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କୁ ମିଳି ଭଗତ ରେ ବାଲି ମାଫିଆ ଓ ତହସିଲ କର୍ମଚାରୀ ଲୁଟୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଆଗାମୀ ଦିନରେ କି ପରିସ୍ଥିତିର ସମ୍ମୁଖୀନ ହେବ ତାହା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ମେସିନ୍ ଲଗାଇ ନଦୀ ରୁ ବାଲି ଉତ୍ତୋଳନ କରାଯିବା ଫଳରେ ନଦୀ କୂଳରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡିଛି ଏବଂ ଆଡିବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି l ଯାହାଦ୍ୱାରା ପାଖାପାଖି ଥିବା ପଙ୍କପାଳ, କୁମ୍ଭୀରଗାଡ଼ିଆ, ମାଣତିରା ଓ ଖପୁରିଆପଦା ଆଦି ପଞ୍ଚାୟତର ଥିବା ଗ୍ରାମଗୁଡିକ ପ୍ରଭାବିତ ହେବାର ସମ୍ଭାବନା ଅଛି l ଏହା ପ୍ରତି ତହସିଲଦାର ଙ୍କ ନିଘା ନାହିଁ କି ଜଙ୍ଗଲ ବିଭାଗ ର ଦେଖା ନାହିଁ l ଭବିଷ୍ୟତରେ ଧନ ଜୀବନ କ୍ଷତି ହେଲେ ସେଥିପାଇଁ ଦାୟିରହିବେ କିଏ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବାଲି ମାଫିଆ ବର୍ତମାନ ସକ୍ରିୟ ହୋଇଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ଏ ଦିଗରେ କାହିଁକି ଚୁପ ବସିଛି ତାହା ବିଭିନ୍ନ ମହଲରେ ଆଲୋଚନା ର ବିଷୟ l ସ୍ଥାନୀୟ କିଛି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏବଂ ଧମକ ଦେଇ ଏହି ବାଲି ମାଫିଆ ମାନେ ଦିନଦ୍ବିପହରେ ଶହ ଶହ ଟ୍ରିପ ବାଲି ଚାଲାଣ କରୁଛନ୍ତି l ତେବେ ବାଲିମାଫିଆ ଙ୍କୁ କେବେ ଯାଜପୁର ପ୍ରଶାସନ ରୋକ ଲଗାଇବ ତାହା ଆଗକୁ ଦେଖିବାକୁ ବାକି ରହିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !