ବିଶ୍ୱାବସୁଗଡ଼ ଶବରପଲ୍ଲୀ ରେ ବିଶ୍ୱାବସୁ ଙ୍କ ଧନୁପୂଜା ମହୋତ୍ସବ I

ବ୍ୟୁରୋ ରିପୋର୍ଟ :- ନୟାଗଡଜ଼ିଲ୍ଲା ଭାପୁର ବ୍ଲକ ର ବିଶ୍ୱାବସୁ ଙ୍କ କର୍ମସ୍ଥଳୀ ଶବରପଲ୍ଲୀ ରେ ଭଗବାନ ନୀଳମାଧଵ ଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁ ଙ୍କ ଧନୁ ପୂଜନ ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱାବସୁ ଶବର ସମାଜର ପୁରୋଧା ନୀଳମାଧଵ ଙ୍କ ଚଳନ୍ତିପ୍ରତିମା ଶବର କୁଳଶିରୋମଣି ଶ୍ରୀ ଶ୍ରୀ ଟିକି ବାବା ବିଶ୍ୱାବସୁ ଙ୍କ ପବିତ୍ର ଧନୁ ପୂଜା ମହୋତ୍ସବ ଉଦଘାଟନ କରିଥିଲେ l ଶବର ମାନଙ୍କ ଧର୍ମ ପୀଠ ବିଶ୍ୱୱାବସଗଡ଼ ରେ ବଲାଙ୍ଗିର, ନୂଆପଡା,କଳାହାଣ୍ଡି, ଢେଙ୍କାନାଳ,ଗଜପତି,ପୁରୀ,ନୟାଗଡ, କଟକ,ଗଞ୍ଜାମ,ବୌଦ୍ଧ,ବରଗଡ଼,ଫୁଲବାଣୀ,ରୁ ଶବର,ସହରା, ସଓରା,ସମ୍ପ୍ରଦାୟ ର ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଶବର ସମାଜର ମୁଖିଆ ମହୋତ୍ସବ ରେ ଯୋଗଦେଇଥିଲେ I ଐତିହାସିକ ବିଶ୍ୱାବସୁ ଙ୍କ ପୁଣ୍ୟ ପବିତ୍ର ଧାର୍ମିକ ପୀଠ ରେ ବିଶ୍ୱାବସୁ ଧନୁ,ନୀଳମାଧଵ,ଶବରୀନାରାୟଣ,ବିଶ୍ୱାବସୁ,ସାତ ବହନୀ,ଲଳିତା ଦେବୀଙ୍କ ପାରମ୍ପରିକ ରୀତିନୀତି ରେ ପୂଜାପାଠ ଭଜନ ହୋଇଥିଲା l ପରେ ଧନୁ ପୂଜା ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ସଭା ରେ ନୀଳମାଧଵ ଙ୍କ ଚଳନ୍ତି ପ୍ରତିମା,ଶବରକୂଳ ଶିରୋମଣୀ ବିଶ୍ୱାବସୁ ଶବର ବଂଶଜ ପରମପୁଜ୍ୟ ସଦଗୁରୁ ଦେବ ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା,ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ଅବସର ପ୍ରାପ...