ବିଶ୍ୱାବସୁଗଡ଼ ଶବରପଲ୍ଲୀ ରେ ବିଶ୍ୱାବସୁ ଙ୍କ ଧନୁପୂଜା ମହୋତ୍ସବ I

ବ୍ୟୁରୋ ରିପୋର୍ଟ :- ନୟାଗଡଜ଼ିଲ୍ଲା ଭାପୁର ବ୍ଲକ ର ବିଶ୍ୱାବସୁ ଙ୍କ କର୍ମସ୍ଥଳୀ ଶବରପଲ୍ଲୀ ରେ ଭଗବାନ ନୀଳମାଧଵ ଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁ ଙ୍କ ଧନୁ ପୂଜନ ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱାବସୁ ଶବର ସମାଜର ପୁରୋଧା ନୀଳମାଧଵ ଙ୍କ ଚଳନ୍ତିପ୍ରତିମା ଶବର କୁଳଶିରୋମଣି ଶ୍ରୀ ଶ୍ରୀ ଟିକି ବାବା ବିଶ୍ୱାବସୁ ଙ୍କ ପବିତ୍ର ଧନୁ ପୂଜା ମହୋତ୍ସବ ଉଦଘାଟନ କରିଥିଲେ l ଶବର ମାନଙ୍କ ଧର୍ମ ପୀଠ ବିଶ୍ୱୱାବସଗଡ଼ ରେ ବଲାଙ୍ଗିର, ନୂଆପଡା,କଳାହାଣ୍ଡି, ଢେଙ୍କାନାଳ,ଗଜପତି,ପୁରୀ,ନୟାଗଡ,
 କଟକ,ଗଞ୍ଜାମ,ବୌଦ୍ଧ,ବରଗଡ଼,ଫୁଲବାଣୀ,ରୁ ଶବର,ସହରା, ସଓରା,ସମ୍ପ୍ରଦାୟ ର ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଶବର ସମାଜର ମୁଖିଆ ମହୋତ୍ସବ ରେ ଯୋଗଦେଇଥିଲେ I ଐତିହାସିକ ବିଶ୍ୱାବସୁ ଙ୍କ ପୁଣ୍ୟ ପବିତ୍ର ଧାର୍ମିକ ପୀଠ ରେ ବିଶ୍ୱାବସୁ ଧନୁ,ନୀଳମାଧଵ,ଶବରୀନାରାୟଣ,ବିଶ୍ୱାବସୁ,ସାତ ବହନୀ,ଲଳିତା ଦେବୀଙ୍କ ପାରମ୍ପରିକ ରୀତିନୀତି ରେ ପୂଜାପାଠ ଭଜନ ହୋଇଥିଲା l ପରେ ଧନୁ ପୂଜା ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l 
ସଭା ରେ ନୀଳମାଧଵ ଙ୍କ ଚଳନ୍ତି ପ୍ରତିମା,ଶବରକୂଳ ଶିରୋମଣୀ ବିଶ୍ୱାବସୁ ଶବର ବଂଶଜ ପରମପୁଜ୍ୟ ସଦଗୁରୁ ଦେବ ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା,ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶରତ ଚନ୍ଦ୍ର ନାୟକ, ସତ୍ୟନାରାୟଣ ଭୋଇ,ବାଳକୃଷ୍ଣ ଶବର,ରାମ ଶବର,ଶରତ ନାଏକ,ଲଷ୍ମୀଧର ବେହେରା,ମୁରଲୀ ନାଏକ,ବିଦ୍ୟାଧର ବେହେରା,ସାରଥୀ ବାଗ,ବନୁ ବାବା ତୋଫାନ ନାଏକ,ପ୍ରମୁଖ ମଞ୍ଚସିନ ଥିଲେେ I
 ଗିରିଧାରୀ ଭୋଇ ସଭାପରିଚାଳନା କରିଥିଲେ l ସଭାରେ ଐତିହାସିକ ଧର୍ମପୀଠ ବିଶ୍ୱ୍ୱାବସୁଗଡ଼ ଶବର ପଲ୍ଲୀ ରେ ବିଶ୍ୱାବସୁ ଶବର ଙ୍କ ମନ୍ଦିର,ନୀଳମାଧଵ ମନ୍ଦିର,ଶବରୀନାରାୟଣ ମନ୍ଦିର,ଲଳିତାଦେବୀ ମନ୍ଦିର,ଧାଁଙ୍ଗୀଡି ଦେବୀ ଶବରୀ ମନ୍ଦିର,ଧନୁ ମନ୍ଦିର,ସତବହନୀ ମନ୍ଦିର ନିର୍ମାଣ,ବିଶ୍ୱାବସୁ ଙ୍କ କର୍ମପୀଠ ର ସୁରକ୍ଷା,ଆଦ୍ୟ ଶବର ସଂସ୍କୃତି ର
 ପୁନଃଉଦ୍ଧାର, ଶବର ମାନଙ୍କ ଧର୍ମ ପୀଠ ବିଶ୍ୱାବସୁ ଗଡ଼ କୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା,ସମୃଦ୍ଧିଶାଳୀ ଶବର ସଂସ୍କୃତି ପୁଣ୍ୟ ଧାମ ରେ ତୀର୍ଥଯାତ୍ରୀ ଭକ୍ତ ମାନଙ୍କ ପାଇଁ ଧର୍ମଶାଳା,ପାନ୍ଥ ନିବାସ,ଅତିଥି ଭବନ ନିର୍ମାଣ,ପାର୍କ ନିର୍ମାଣ ୧୫ଲକ୍ଷ ଶବର ଆଦିବାସୀ ଙ୍କ ଧାର୍ମିକ ଭାବନା ଧର୍ମ ବିଶ୍ୱାସ ସହିତ ଜଡିତ ଧର୍ମପୀଠ ର ସୌନ୍ଦର୍ଯ୍ୟକରଣ କରିବା ପାଇଁ ଓଡିଶା ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରାଯାଇଥିଲା l 
ବିଦ୍ୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !