ତ୍ରୟୋଦଶ ବାର୍ଷିକ ସୁକିନ୍ଦା ପ୍ରିମିୟରଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ l

 
 ଯାଜପୁର (ସୁକିନ୍ଦା):- ଜଗନ୍ନାଥ ହାଇସ୍କୁଲ, ସୁକିନ୍ଦାର ୧୯୮୮ରୁ ୨୦୦୭ପର୍ଯ୍ୟନ୍ତ ୨୦ଟି ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କୁ ନେଇ ତ୍ରୟୋଦଶ ବାର୍ଷିକ ସୁକିନ୍ଦା ପ୍ରିମିୟମ (ଏସପିଏଲ) କ୍ରିକେଟ ଟୁର୍ନାମେଣ୍ଟ ଗତ ୧୫ତାରିଖ ଅପରାହ୍ନରେ ସ୍ଥାନୀୟ ଷ୍ଟାଡିଅମ ଖେଳ ପଡିଆଠାରେ ଉଦଘାଟିତ ହୋଇଯାଇଛି l
 ସୁକିନ୍ଦା ରାଜା ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ମୁଖ୍ୟ ଅତିଥି, ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ଓ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଅଜୟ କୁମାର ବେହୁରା ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବାସହ ଟୁର୍ନାମେଣ୍ଟର ଟ୍ରଫିକୁ ଉନ୍ମୋଚନ କରିଥିଲେ l
 ଆସନ୍ତା ୩୧ତାରିଖରେ ଉଦଯାପିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟର ସିନିଅର ବିଭାଗରେ ୧୯୮୮ରୁ ୧୯୯୮ ପର୍ଯ୍ୟନ୍ତ ମାଟ୍ରିକ ବ୍ୟାଚର ୧୧ଟି ଟିମ ଓ ଜୁନିଅର ବିଭାଗରେ ୧୯୯୯ରୁ ୨୦୦୭ପର୍ଯ୍ୟନ୍ତ ବ୍ୟାଚର ୯ଟି ଟିମ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି l ସିନିଅର ବିଭାଗର ୧୯୯୮ବ୍ୟାଚ ଓ ଜୁନିଅର ବିଭାଗର ୨୦୦୬ ବ୍ୟାାଚ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି l
 (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !