ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି l

ଯାଜପୁର :-କଳିଙ୍ଗନଗର ସ୍ଥିତ ଯଖପୁରା ଠାରେ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ଭୂମିକା ହସ୍ପିଟାଲ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ସକାଳ ୯ଘଟିକା ଠାରୁ ୧୨ ଟା ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଆଖ ପାଖ ଅନେକ ଗ୍ରାମରୁ ୪୦ଜଣ ନିଜର ଆଖିପରିକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୧୯ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲା।
 ସେମାନଙ୍କୁ ଯାଜପୁର ରୋଡ ଭୂମିକା ହସ୍ପିଟାଲ ରେ ଅସ୍ତ୍ରପ୍ରଚାର ବ୍ୟବସ୍ତା କରାଯାଇଥିଲା l ରୋଗୀମାନଙ୍କ ପାଇଁ ଯିବା ଆସିବା,ରହିବା ଖାଇବା ଅସ୍ତ୍ର ପ୍ରଚାର ଔଷଧ ଚଷମା ପ୍ରଭୁତି ହସ୍ପିଟାଲ ତରଫରୁ ମାଗଣା ବ୍ୟବସ୍ଥା କରାଯାଇଅଛି I ଏହି ଶିବିରରେ ସି ଏଚ ଏମ -ଅରୁଣ କୁମାର ମହାରଣା, ମାନସୀ ଦିଦି,ଲକ୍ଷ୍ମୀ ମହାନ୍ତି, ରଂଜିତା ସାହୁ,ବସନ୍ତ କୁମାର ପାତ୍ର, ସୁବାଷ ଚନ୍ଦ୍ର ନାୟକ,ଦାନଗଦୀ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ମିଲନ ନାୟକ,ସିଲୁ ବେହେରା ପ୍ରମୁଖ ଶିବିରରେ ସହଯୋଗ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !