Posts

Showing posts from February 3, 2021

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ନେଇ କେନ୍ଦ୍ର ମନ୍ତ୍ରୀ ଙ୍କ ସହ ଆଲୋଚନା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ଏବଂ ରାଜପଥ ପ୍ରକଳ୍ପ ଗ୍ରହଣ କରିଥିଲେ | ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଚାଲିଥିବା ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ l ଏହା ରାଜ୍ୟର ଅର୍ଥନୀତି ଏବଂ ଇସ୍ପାତ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ଏହା ସହିତ ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୩୦୦ କିଲୋମିଟର ୮-ଲେନ ଇଣ୍ଟିଗ୍ରେଟେଡ୍ ଅର୍ଥନୈତିକ କରିଡ଼ର ପାଇଁ ପ୍ରସ୍ତାବ ଦେଇଥିଲେ | ମଧ୍ୟବର୍ତ୍ତୀକାଳରେ ଏହି ରାସ୍ତାଗୁଡ଼ିକର ୪-ଲେନ୍ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏବଂ ନିଶ୍ଚିତ କରିଛନ୍ତି ଯେ, ଓଡିଶା ଅଂଶୀଦାର ହେବାକୁ ଇଚ୍ଛୁକ ଏବଂ ଅର୍ଥନୈତିକ କରିଡର ପ୍ରକଳ୍ପକୁ ସମସ୍ତ ସହାୟତା ପ୍ରଦାନ କରିବ। ଆଲୋଚନା ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପରେ ୪୩ କିଲୋମିଟର ରିମୁଲି-କୋଇଡା, ୧୦୪ କିମି ସିଙ୍ଗାରା-ବିଞ୍ଜବାହାଲ୍ ଏବଂ NH-୨୦ ର ୧୬୬ କିମି ପାଣିକୋଇଲି-ରିମୁଲି ପର୍ଯ୍ୟନ୍ତ , ଓଡିଶା ବନ୍ଦର ସହିତ ସଡ଼କ ସଂଯୋଗ ପ୍ରକଳ୍ପ ଅନ୍ତର୍ଭୁକ୍ତ |   ଏହା ବ୍ୟତୀତ ଅମ୍ପାନି - ଜୟପୁର, ରୋଡଭୁବନେଶ୍ୱର-ପୁରୀ ଏକ୍ସପ୍ରେସୱେ ଏବଂ ରାୟପୁର-ବି