Posts

Showing posts from November 11, 2019

ଯାଜପୁର, ପାରିବାରିକ କଳହ ପାଇଁ ଜୀବନ ହାରିଲେ ଯୁବକ l

Image
ଯାଜପୁର /ଦାନଗଦି - ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଦାନଗଦି ପୋଲିସ ଆଉଟ୍ ପୋଷ୍ଟ ଅଧୀନରେ ଥିବା ମାନଗୋବିନ୍ଦ ପୁର ଗ୍ରାମରେ ଶ୍ରୀଯୁକ୍ତ ବସନ୍ତ କୁମାର ରଣା ଙ୍କ ଘରେ ଆଜକୁ ଦୁଇବର୍ଷ ହେବ କୁଆଖିଆ ଥାନା ଅନ୍ତର୍ଗତ ଡିହକୁଆଁସ ଗ୍ରାମର ସ୍ଵର୍ଗତ କାର୍ତ୍ତିକ ରାଉତ ଙ୍କ ସାନ ପୁଅ ତ୍ରିଲୋଚନ ରାଉତ (୪୬) ଭଡ଼ାନେଇ ରହୁଥିଲେ l କୌଣସି କାରଣରୁ ତାଙ୍କର ସ୍ତ୍ରୀ ତାଙ୍କୁ ଏକୁଟିଆ ଛାଡି ଯାଜପୁର ରୋଡ଼ ଅଞ୍ଚଳରେ ତାଙ୍କ ନିଜ ବାପା ଘରେ ରହୁଛନ୍ତି ଏବଂ ତ୍ରିଲୋଚନ ଏକୁଟିଆ ଭଡାଘରେ ରହି ନିକଟସ୍ଥ କାରଖାନାରେ କାମକରୁଥିବା ଜଣାଯାଏ l ପାରି ବାରିକ କ୍ରୋଧ ରେ ଆଜି ସକାଳ ପ୍ରାୟ ସାଢ଼େ ନଅଟା ସମୟରେ ରହିଥିବା ଭଡ଼ାଘରେ ଭିତରକୁ ପଟୁ କବାଟ କିଳି ବେକରେ ରସି ଲଗାଇ ଆତ୍ମହତ୍ଯା କରିଥିବା ଖବର ପାଇ ଘର ମାଲିକ ପୋଲିସ କୁ ଖବର ଦେଇଥିଲେ l ଦାନଗଦି ପୋଲିସ୍ ଘଟଣା ସ୍ଥଳରେ ପହଂଚି ତାଙ୍କର ଘର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l 

ଯାଜପୁର, ସୁକିନ୍ଦା ରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିମ୍ନ ମାନର କାର୍ଯ୍ୟ କୁ ସାଧାରଣରେ ବିରୋଧ l..

Image
ଯାଜପୁର /ସୁକିନ୍ଦା - ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିୟୋଜିତ ଠିକାଦାର ଙ୍କ ମନମୁଖୀ ଓ ନିମ୍ନ ମାନର କାର୍ଯ୍ଯ କୁ ସ୍ଥାନୀୟ ଲୋକଙ୍କ ବିରୋଧ l ସରକାରୀ ଜେଇଇ ଙ୍କ ବାରଣ ସତ୍ତ୍ୱେ ଠିକାଦାର ଜବରଦସ୍ତ କାମ କରି ଚାଲିଛନ୍ତି l ଅଶୋକ ଝର ର ଆମ୍ବଦୁଲ୍ ଠାରୁ କୋଇଲ ରାସ୍ତା ନିର୍ମାଣ ପାଇଁ ୨୦୧୮ ମସିହାରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ୩.୩୧୦ କିମି ଦୂର ରାସ୍ତା ନିର୍ମାଣ ପାଇଁ ୧୮୦.୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି l  ଏହି ରାସ୍ତା ର ପାଞ୍ଚ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୫.୯୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି l ଏହି କାର୍ଯ୍ୟ ଟି ଓଡିଶା ସରକାରଙ୍କ ଗ୍ରାମଉନ୍ନୟନ ତଦାରଖ ଦାୟିତ୍ଵରେ ଥିବା ବେଳେ ଲୋକମାନଙ୍କ ଅଭିଯୋଗ ନିମ୍ନ ମାନର କାମ ହେଉଛି l ଏ ବିଷୟରେ ଆମ ପ୍ରତିନିଧି ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅନୁପସ୍ଥିତ ନେଇ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ହେଁ ସେ କହିଥିଲେ କି ସେ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି l ତେଣୁ କାର୍ଯ୍ୟକୁ ବନ୍ଦ ରଖିବାକୁ ଅନୁମତି ମିଳିଛି l କିନ୍ତୁ ବିଡ଼ମ୍ବନା ର ବିଷୟ ହେଉଛି ସମ୍ପୃକ୍ତ ଠିକାଦାର ନିଜ ମନମାନି ଚଳାଇଛନ୍ତି l ନିମ୍ନ ମାନର କାମ କରି ବିଲ୍ ହାତେଇ ବାକୁ ପ୍ରୟାସ ଜାରି ରଖିଛନ୍ତି l ଏ ବିଷୟରେ ସଠିକ ଭାବେ ଯାଞ୍ଚ କରି ଠିକାଦାର ଙ୍କ ବିରୋଧରେ କା...