ଯାଜପୁର, ସୁକିନ୍ଦା ରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିମ୍ନ ମାନର କାର୍ଯ୍ୟ କୁ ସାଧାରଣରେ ବିରୋଧ l..

ଯାଜପୁର /ସୁକିନ୍ଦା - ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିୟୋଜିତ ଠିକାଦାର ଙ୍କ ମନମୁଖୀ ଓ ନିମ୍ନ ମାନର କାର୍ଯ୍ଯ କୁ ସ୍ଥାନୀୟ ଲୋକଙ୍କ ବିରୋଧ l ସରକାରୀ ଜେଇଇ ଙ୍କ ବାରଣ ସତ୍ତ୍ୱେ ଠିକାଦାର ଜବରଦସ୍ତ କାମ କରି ଚାଲିଛନ୍ତି l ଅଶୋକ ଝର ର ଆମ୍ବଦୁଲ୍ ଠାରୁ କୋଇଲ ରାସ୍ତା ନିର୍ମାଣ ପାଇଁ ୨୦୧୮ ମସିହାରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ୩.୩୧୦ କିମି ଦୂର ରାସ୍ତା ନିର୍ମାଣ ପାଇଁ ୧୮୦.୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି l 
ଏହି ରାସ୍ତା ର ପାଞ୍ଚ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୫.୯୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି l ଏହି କାର୍ଯ୍ୟ ଟି ଓଡିଶା ସରକାରଙ୍କ ଗ୍ରାମଉନ୍ନୟନ ତଦାରଖ ଦାୟିତ୍ଵରେ ଥିବା ବେଳେ ଲୋକମାନଙ୍କ ଅଭିଯୋଗ ନିମ୍ନ ମାନର କାମ ହେଉଛି l ଏ ବିଷୟରେ ଆମ ପ୍ରତିନିଧି ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅନୁପସ୍ଥିତ ନେଇ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ହେଁ ସେ କହିଥିଲେ କି ସେ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି l ତେଣୁ କାର୍ଯ୍ୟକୁ ବନ୍ଦ ରଖିବାକୁ ଅନୁମତି ମିଳିଛି l କିନ୍ତୁ ବିଡ଼ମ୍ବନା ର ବିଷୟ ହେଉଛି ସମ୍ପୃକ୍ତ ଠିକାଦାର ନିଜ ମନମାନି ଚଳାଇଛନ୍ତି l ନିମ୍ନ ମାନର କାମ କରି ବିଲ୍ ହାତେଇ ବାକୁ ପ୍ରୟାସ ଜାରି ରଖିଛନ୍ତି l ଏ ବିଷୟରେ ସଠିକ ଭାବେ ଯାଞ୍ଚ କରି ଠିକାଦାର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !