Posts

Showing posts from December 26, 2021

ବିଶାଳ ଆଦିବାସୀ ମେଳି..ଆଦିବାସୀ ସଂରକ୍ଷିତ ଆସନ ରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ପ୍ରସ୍ତାବ l

Image
ବଲାଙ୍ଗିର (ବ୍ୟୁରୋ ରିପୋର୍ଟ) :- ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅଧିନସ୍ଥ ରାତାଖଣ୍ଡି ଗ୍ରାମ ଠାରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି.ସଭା ପ୍ରାରମ୍ଭରୁ ଗାଁ ରେ ଶୋଭାଯାତ୍ରା କରାଯାଇଥିଲା, ପରେ ସଂଘ ର ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିଲା l  ଆଗାମୀ ତ୍ରିସ୍ତରୀୟ ପଞ୍ଚଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ବଲାଙ୍ଗିର ଜ଼ିଲ୍ଲା ର ବାସ୍ତର ଟି ସରପଞ୍ଚ ଏବଂ ବାସ୍ତର ଟି ସମିତି ସଭ୍ୟ ପଦବୀ ଆଦିବାସୀ ସମାଜର ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ବାଛିବା ପାଇଁ ସ୍ଥିର ହୋଇଥିଲା.ଆଦିବାସୀ ଙ୍କ ପାଇଁ ଉଦ୍ଧିଷ୍ଟ ସରପଞ୍ଚ ଓ ସମିତି ସଭ୍ୟ ଆସନ ଗୁଡିକ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ନିଷ୍ପତ୍ତି କରାଯାଇଛି.ଆଦିବାସୀ ମାନଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ କରିବାକୁ ନିଜ ସମାଜର ଲୋକଙ୍କ ମଧ୍ୟରେ ଲଢ଼େଇ କରି ଖର୍ଚ୍ଚାନ୍ତ ନ ହେବାକୁ ଧର୍ଯ୍ୟ କରାଯାଇଥିଲା I ସେହିପରି ଆଦିବାସୀ ଙ୍କ ପାଇଁ ସଂରକ୍ଷିତ ପାଟଣାଗଡ,ଆଗଲପୁର ଏବଂ ଗୁଡଭେଲା ବ୍ଲକ ର ଅଧ୍ୟକ୍ଷ ପଦବୀ ପାଇଁ ସଂଘ ସମର୍ଥିତ ପ୍ରାର୍ଥୀ ତଥା ଆଦିବାସୀ ସମାଜର ସକ୍ରିୟ କର୍ମକର୍ତ୍ତା ଙ୍କୁ ନିର୍ବାଚିତ କରିବା ରେ ପଦକ୍ଷେପ ନେବାକୁ ଆହ୍ୱାନ କରାଯାଇଥିଲା l ଭାରତୀୟ ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଅଧିକାର ହାସଲ ସକାଶେ ସମସ୍ତ ଆଦିବାସୀ ଏକ...