ବିଶାଳ ଆଦିବାସୀ ମେଳି..ଆଦିବାସୀ ସଂରକ୍ଷିତ ଆସନ ରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ପ୍ରସ୍ତାବ l

ବଲାଙ୍ଗିର (ବ୍ୟୁରୋ ରିପୋର୍ଟ) :- ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅଧିନସ୍ଥ ରାତାଖଣ୍ଡି ଗ୍ରାମ ଠାରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି.ସଭା ପ୍ରାରମ୍ଭରୁ ଗାଁ ରେ ଶୋଭାଯାତ୍ରା କରାଯାଇଥିଲା, ପରେ ସଂଘ ର ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିଲା l 
ଆଗାମୀ ତ୍ରିସ୍ତରୀୟ ପଞ୍ଚଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ବଲାଙ୍ଗିର ଜ଼ିଲ୍ଲା ର ବାସ୍ତର ଟି ସରପଞ୍ଚ ଏବଂ ବାସ୍ତର ଟି ସମିତି ସଭ୍ୟ ପଦବୀ ଆଦିବାସୀ ସମାଜର ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ବାଛିବା ପାଇଁ ସ୍ଥିର ହୋଇଥିଲା.ଆଦିବାସୀ ଙ୍କ ପାଇଁ ଉଦ୍ଧିଷ୍ଟ ସରପଞ୍ଚ ଓ ସମିତି ସଭ୍ୟ ଆସନ ଗୁଡିକ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ନିଷ୍ପତ୍ତି କରାଯାଇଛି.ଆଦିବାସୀ ମାନଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ କରିବାକୁ ନିଜ ସମାଜର ଲୋକଙ୍କ ମଧ୍ୟରେ ଲଢ଼େଇ କରି ଖର୍ଚ୍ଚାନ୍ତ ନ ହେବାକୁ ଧର୍ଯ୍ୟ କରାଯାଇଥିଲା I ସେହିପରି ଆଦିବାସୀ ଙ୍କ ପାଇଁ ସଂରକ୍ଷିତ ପାଟଣାଗଡ,ଆଗଲପୁର ଏବଂ ଗୁଡଭେଲା ବ୍ଲକ ର ଅଧ୍ୟକ୍ଷ ପଦବୀ ପାଇଁ ସଂଘ ସମର୍ଥିତ ପ୍ରାର୍ଥୀ ତଥା ଆଦିବାସୀ ସମାଜର ସକ୍ରିୟ କର୍ମକର୍ତ୍ତା ଙ୍କୁ ନିର୍ବାଚିତ କରିବା ରେ ପଦକ୍ଷେପ ନେବାକୁ ଆହ୍ୱାନ କରାଯାଇଥିଲା l ଭାରତୀୟ ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଅଧିକାର ହାସଲ ସକାଶେ ସମସ୍ତ ଆଦିବାସୀ ଏକଜୁଟ ହେଲେ ଆଦିବାସୀ ସମାଜର ସାମାଜିକ,ରାଜନୈତିକ,ସାଂସ୍କୃତିକ,ଅର୍ଥନୈତିକ,ଶିକ୍ଷା ର ବିକାଶ ହୋଇପାରିବ ଫଳରେ ଆଦିବାସୀ ମାନେ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ବୋଲି ଆଦିବାସୀ ମାନେ ସଂକଳ୍ପ କରିଥିଲେ l 
ସଭାରେ ମୁଖ୍ୟବକ୍ତା ଭାବରେ ନିରଞ୍ଜନ ବିଶି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ,ହୃଷିକେଶ ବରିହା ଲାଟ ସଭାପତି,ସର୍ବଭାରତୀୟ ସ୍ୱାଲlଖ ବିନ୍ଧ୍ୟବାସିନୀ ବିଞ୍ଝାଳ ସମାଜ, ବରଗଡ଼,ଆଶାରାମ ବରିହା ସାଧାରଣ ସମ୍ପାଦକ ସ୍ୱlଲାଖ ବିନ୍ଧ୍ୟବାସିନୀ ବିଞ୍ଝାଳ ସମାଜ ବରଗଡ଼,ଉପଦେଷ୍ଟା ସତ୍ୟନାରାୟଣ ଭୋଇ,ପୁରୁଷୋତ୍ତମ ଧରୁଆ ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ,ପାଟଣାଗଡ ବ୍ଲକ ସଭାପତି ଅଷ୍ଟରତ୍ନ ବରିହା,ଲୋଇସିଂହା କାର୍ଯ୍ୟକାରୀ ସଭାପତି ଦଶରଥ ଛତ୍ରିଆ,ଆଗଲପୁର କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ,ସମ୍ପାଦକ ସାରଥୀ ବାଗ,ଉଦବୋଧନ ଦେଇଥିିଲେ I ସମ୍ମାନିତ ଅତିଥି ଭାବରେ ଆଦିବାସୀନେତା ଗୋପାଳ ପ୍ରଧାନ,ରୁକ୍ମଣ ଧରୁଆ,ଜଳ ଧରୁଆ,ସ୍ୱତନ୍ତ୍ର କନ୍ଦା,ଗୁରୁ ବରିହା,ମଞ୍ଚାସିନ ଥିଲେ.ସତ୍ୟ ଦଳପତି ସଭା ପରିଚାଳନା କରିଥିଲେେ I (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !